Big Breaking: ହମଲା ପରେ ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଛି ଆତଙ୍କୀ ମୂଷା, ସୁରାକ୍ ଦେଲେ ୨୦ ଲକ୍ଷ ଟଙ୍କା
ପହଲଗାମ୍ ଆତଙ୍କୀ ହମଲା: ଭାରତରେ ଲୁଚିଛି ହସିମ୍ ମୂଷା
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲା ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଛି। ଏହି ଆକ୍ରମଣରେ ସାମିଲ୍ ଥିବା ଆତଙ୍କବାଦୀ ହସିମ୍ ମୂଷା ବର୍ତ୍ତମାନ ଭାରତରେ ଲୁଚିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ହମଲା ପରେ ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଛି ଆତଙ୍କବାଦୀ ହସିମ୍ ମୂଷା। ମୂଷାକୁ ଜୀବନ୍ତ ଧରିବାକୁ ଭାରତୀୟ ସେନା ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରଖିଛି। ଯେକୌଣସି ଉପାୟରେ ପାକିସ୍ତାନକୁ ଖସିଯିବାକୁ ଚେଷ୍ଟା ଚଳାଇଛି ଏହି ଆତଙ୍କବାଦୀ।
ତେବେ ହସିମ୍ ମୂଷାର ଯିଏ ସୂଚନା ଦେବ ତାକୁ ୨୦ ଲକ୍ଷ ଟଙ୍କାର ପୁରଷ୍କାର ଦିଆଯିବ ବୋଲି ଭାରତୀୟ ସେନା ଘୋଷଣା କରିଛି। ଏହି ଆକ୍ରମଣର ବଦଲା ନେବା ପାଇଁ ପ୍ରଧାନମନ୍ତ୍ରୀ ତୁହାକୁ ତୁହା ବୈଠକ କରୁଛନ୍ତି।
ଆଜି ସିସିଏସ, ସିସିପିଏ, ସିସିଇଏ ସହ କ୍ୟାବିନେଟ ମିଟିଂ ରହିଛି। ଏହି ବୈଠକରେ ପାକିସ୍ତାନ ବିରୋଧରେ ନିଆଇଯାଇପାରେ ବଡ଼ ନିଷ୍ପତ୍ତି।