Pahalgam Terror Attack: ଜାରି ହେଲା ମୃତକ-ଆହତଙ୍କ ସୂଚୀ, ଜାଣନ୍ତୁ କେଉଁ ରାଜ୍ୟର କେତେ ପର୍ଯ୍ୟଟକ

ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା 16 ନେଇ ସରକାରୀ ସ୍ତରରେ ଘୋଷଣା କରାଯାଇଛି ।

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ସାରା ଦେଶରୁ ଦୋହଲାଇ ଦେଇଛି । ପହଲଗାମରେ ଆତଙ୍କବାଦୀ ଆକ୍ରମରେ 26ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ବାହାଘରର 7 ଦିନ ନପୁରୁଣୁ କିଏ ଶଙ୍ଖା ସିନ୍ଦୁର ହରାଇଛି ତ ଆଉ କିଏ ପୁଅ ସାମ୍ନାରେ ଟଳିପଡିଛି ।

ତେବେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 16 ଏବଂ ଆହତଙ୍କ ସଂଖ୍ୟା 10 ବୋଲି କୁହାଯାଉଛି । ସେମାନଙ୍କ ଲିଷ୍ଟ ମଧ୍ୟ ଜାରି କରାଯାଇଛି । ମୃତକଙ୍କ ମଧ୍ୟରେ କର୍ଣ୍ଣାଚକ, ହରିୟାଣା, ଉତ୍ତରପ୍ରଦେଶ, ନେପାଳ, ଓଡ଼ିଶା, ମହାରାଷ୍ଟ୍ରର ପର୍ଯ୍ୟଟକମାନେ ରହିଛନ୍ତି । ତେବେ ଓଡିଆ ପୁଅଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସେହିପରି ଜାରି କରାଯାଇଥିବା ସୂଚୀ ଅନୁସାରେ, ଆହତମାନେ ଗୁଜୁରାଟ, ମହାରାଷ୍ଟ୍ର, ଚେନ୍ନାଇ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଓଡ଼ିଶାର ରହିଛନ୍ତି ।

ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୈବାର ସହଯୋଗୀ ସଂଗଠନ ଟିଆରଏଫ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି । ତେବେ ପୋଲିସ ପୋଷାକରେ ଆସି ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ ।

ପହଲଗାମ ନିକଟସ୍ଥ ବେତାବ ଉପତ୍ୟକାର 10 କିଲୋମିଟର ଦୂରରେ ବୈସାରନ ଅଞ୍ଚଳକୁ ଆତଙ୍କବାଦୀମାନେ ଆସି ପ୍ରଥମେ ଜଣଜଣଙ୍କର ନାମ ପଚାରିଲେ ଏବଂ ଏହାପରେ ଗୁଳି ଚଳାଇଥିଲେ । ଯେଉଁମାନେ ମୁସଲମାନ ନଥିଲେ ସେମାନଙ୍କୁ ଗୁଳି ଚଳାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

2019 ଫେବୃଆରୀ ପୁଲଓ୍ବାମା ଆକ୍ରମଣ ପରେ ଏହା କାଶ୍ମୀରରେ ସବୁଠାରୁ ବଡ ଆତଙ୍ଗୀ ଆକ୍ରମ ବୋଲି କୁହାଯାଉଛି । ତେବେ ମୋଦୀ ସାଉଦୀରୁ ଫେରି ବୈଠକ କରିଛନ୍ତି ।