ପହଲଗାମ ଆତଙ୍କୀ ହମଲା, କୌଣସି ତଥ୍ୟ କିମ୍ୱା ଭିଡ଼ିଓ ଥିଲେ ଜଣାଇବାକୁ ଅପିଲ୍ କଲା NIA
ଫୋନ୍ ନମ୍ୱର ଜାରି କଲା NIA। ଏହି ନମ୍ୱରରେ କଲ୍ କରି ସିଧାସଳଖ ତଥ୍ୟ ଦେଇପାରିବେ।
ନୂଆଦିଲ୍ଲୀ: ପହଲଗାମ୍ ତଥ୍ୟ ଥିଲେ ଦିଅନ୍ତୁ। ପହଲଗାମ୍ ଆତଙ୍କୀ କାର୍ଯ୍ୟ ସମ୍ପର୍କରେ ଜଣାଇବାକୁ NIAର ଅପିଲ୍। ପର୍ଯ୍ୟଟକଙ୍କୁ ଭିଡ଼ିଓ କିମ୍ୱା କୌଣସି ତଥ୍ୟ ଥିଲେ NIAକୁ ଜଣାଇବାକୁ ଅପିଲ୍ କଲା ଏନଆଇଏ।
ପହଲଗାମ ଆତଙ୍କୀ ଆକ୍ରମଣ ସମୟରେ ଯଦି କୌଣସି ଭିଡ଼ିଓ କିମ୍ୱା ତଥ୍ୟ ଥାଏ, ତାହାଲେ NIAକୁ ଜଣାଇବାକୁ ଅପିଲ୍। ଏନେଇ ଫୋନ୍ ନମ୍ୱର ମଧ୍ୟ ଜାରି କରିଛି NIA। ଏଥିପାଇଁ ଦୁଇଟି ନମ୍ୱର ଜାରି କରାଯାଇଛି।
ସେହି ନମ୍ୱର ଗୁଡ଼ିକ ହେଲା, ୯୬୫୪୯୫୮୮୧୬ ଏବଂ ୦୧୧୨୪୩୬୮୮୦୦। ଯାହା ପାଖରେ ବି ଯଦି କୌଣସି ତଥ୍ୟ ଥାଏ ତାହାଲେ ଏହି ନମ୍ୱରରେ ସିଧାସଳଖ କଲ୍ କରି ଜଣାଇପାରିବେ।
ଗତ ଏପ୍ରିଲ ୨୨ତାରିଖରେ ପହଲଗାମରେ ଆତଙ୍କୀ ଆକ୍ରମଣର ଏବେ ପ୍ରତିଶୋଧ ନେଉଛି ଭାରତ। ତେଣୁ ସମସ୍ତ ତଥ୍ୟ ପ୍ରମାଣ ଗୋଟି ଗୋଟି କରି ଏକଜୁଟ କରୁଛି। କେବଳ ପର୍ଯ୍ୟଟକ ନୁହଁନ୍ତି ସ୍ଥାନୀୟ ଲୋକ ବା ପହଲଗାମବାସୀଙ୍କୁ ମଧ୍ୟ ଭିଡ଼ିଓ କିମ୍ୱା ତଥ୍ୟ ଥିଲେ ଜଣାଇବାକୁ ଅପିଲ୍ କରିଛି NIA।