fbpx

ଏହି ଅଙ୍ଗରେ ଯନ୍ତ୍ରଣା ହେଲେ ଜାଣିବେ କି ଦୁର୍ବଳ ହେଉଛି ମସ୍ତିଷ୍କ ! ଜାଣନ୍ତୁ ଏହାର ଲକ୍ଷଣ

ଯେତେବେଳେ ବି ପିଲାଟିର ମନରେ ସାମାନ୍ୟ ଗଡ଼ବଡ଼ ହୁଏ, ସେତେବେଳେ କାମ କରିବାରେ ସମସ୍ୟା ହୋଇପାରେ । ବେଳେବେଳେ ମନରେ ଗଡ଼ବଡ଼ ଯୋଗୁଁ ମନ ଦୁର୍ବଳ ହେବାକୁ ଲାଗେ । ଏପରି ପରିସ୍ଥିତିରେ ଯେତେବେଳେ ମନ ଦୁର୍ବଳ ହୋଇଯାଏ, ସେତେବେଳେ ଏହାର କିଛି ଲକ୍ଷଣ ଦେଖାଯାଏ । ଏହି ଲକ୍ଷଣଗୁଡ଼ିକ ବିଷୟରେ ସଚେତନ ହେବା ଜରୁରୀ । ତେବେ ଆସନ୍ତୁ ଜାଣିବ ଦୁର୍ବଳ ମସ୍ତିଷ୍କର କ’ଣ ଲକ୍ଷଣଣ ରହିଛି…

– ଯେତେବେଳେ ମଣିଷର ମସ୍ତିଷ୍କ ଦୁର୍ବଳ ହୁଏ, ସେତେବେଳେ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ଆରମ୍ଭ ହୁଏ । ଯେତେବେଳେ କୋଷରେ ଅମ୍ଳଜାନ ନପହଞ୍ଚେ, ସେବେ ମୁଣ୍ଡବିନ୍ଧା ଅନୁଭବ ହୋଇଥାଏ । ଏପରି ବାରମ୍ବାର ହେଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

– ଯଦି ଜଣେ ବ୍ୟକ୍ତିଙ୍କୁ ଚାଲିବାରେ ଅସୁବିଧା ଅନୁଭବ ହୁଏ, ତେବେ ଏହା ମଧ୍ୟ ମସ୍ତିଷ୍କର ସ୍ନାୟୁଗୁଡ଼ିକର ଦୁର୍ବଳତାର ସଙ୍କେତ ହୋଇପାରେ । ଯେତେବେଳେ ମସ୍ତିଷ୍କର ସ୍ନାୟୁ ଦୁର୍ବଳ ହୋଇଯାଏ, ସେତେବେଳେ ବ୍ୟକ୍ତି ଦିଗର ସେନ୍ସ ଜଣାପଡିନଥାଏ । ଏହି କାରଣରୁ ସମସ୍ୟା ଉପୁଜିପାରେ ।

– ଯେତେବେଳେ ଜଣେ ବ୍ୟକ୍ତିର ମସ୍ତିଷ୍କ ଦୁର୍ବଳ ହୁଏ, ସେତେବେଳେ ତାଙ୍କର ଭୁଲିଯିବାର ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏପରି ପରିସ୍ଥିତିରେ ବ୍ୟକ୍ତିର ସ୍ମୃତି ଦୁର୍ବଳ ହେବାକୁ ଲାଗେ । ଯଦି ଜଣେ ବ୍ୟକ୍ତିଙ୍କଠାରେ ଆଲଜାଇମର ଭଳି ଲକ୍ଷଣ ଦେଖାଯାଏ, ତେବେ ଏହାର ଅର୍ଥ ହେଉଛି ତାଙ୍କ ମସ୍ତିଷ୍କ ଦୁର୍ବଳ ହେଉଛି ।

– ଯେତେବେଳେ ମସ୍ତିଷ୍କର ସ୍ନାୟୁ ଦୁର୍ବଳ ହୋଇଯାଏ, ଆଖିରେ ସମସ୍ୟା ଦେଖାଦିଏ । ବ୍ୟକ୍ତିଙ୍କୁ ଦେଖିବାରେ ସମସ୍ୟା ହୋଇପାରେ । ଏହି କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.