କାଳ କୋଠରୀରେ ମହିଳା କଏଦୀ, ଖୋଲିଦେଲେ ଫ୍ରାନ୍ସିସ୍କୋ, ଥରାଇ ଦେବ ଛାତି

ଇଂଲଣ୍ଡ- କେହି କୌଣସି ଅପରାଧ କଲେ ଦଣ୍ଡସ୍ୱରୂପ ଜେଲରେ ରୁହେ । କିନ୍ତୁ ସେହି ଜେଲର ଉଚ୍ଚ ପାଚେରୀ ଭିତରେ ମହିଳା କଏଦୀଙ୍କ ଯେ କଣ ହୁଏ, ତାହା ଜାଣିବା ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ । ଜେଲ ଭିତରେ ମହିଳାଙ୍କ ସହ ହେଉଥିବା କଳା କାରନାମାର ଅଙ୍ଗେଲିଭା କାହାଣୀ ବାହାରକୁ ଆଣିଛନ୍ତି ଫ୍ରାସେସ୍କୋ ପଟୋର । ଯାହା ହୃଦୟ ବିଦାରକ, ଲୋମହର୍ଷଣକାରୀ ।

ବ୍ରିଟେନର ଫ୍ରାନ୍ସିସ୍କୋ ଡ୍ରଗ୍ସ ସ୍ମଗଲିଂରେ ୟୁକେର ଏଚଏମପି ଜେଲରେ ସଜା କାଟିଛନ୍ତି । ସେ ଜେଲରେ ତାଙ୍କ ଅଙ୍ଗେଲିଭା କଥା ବ୍ରିଟେନର ଏକ ନ୍ୟୁଜ ଏଜେନ୍ସିକୁ କହିବା ପରେ ତାହା ସାମ୍ନାକୁ ଆସିଛି । ଫ୍ରାନ୍ସିସ୍କୋଙ୍କ କାହାଣୀ ଛାତି ଥରାଇଦେବ । ଜେଲର ଅନୁଭୂତି ବୟାନ କରି ଫ୍ରାନ୍ସିସ୍କୋ କହିଛନ୍ତି, ଜେଲର ଚାରି କାନ୍ଥ ଭିତରେ ଅଧିକାରୀ ଓ କଏଦୀଙ୍କ ମଧ୍ୟରେ ଅବୈଧ ସମ୍ବନ୍ଧ ଏକ ସାଧାରଣ କଥା । କୌଣସି କଏଦୀ ଡ୍ରଗ୍ସ ପାଇଁ ଆଉଟପାଉଟ ହେଲେ, ଜେଲରେ କଏଦୀ ସହ ସୌଦା କରିବା ସହଜ ହୋଇଯାଏ । ଅଧିକାରୀ ସେମାନଙ୍କ ସହ ନିଜ ଯୈ÷ାନ ପିପାସା ମେଣ୍ଟାଏ, ବଦଳରେ କଏଦୀକୁ କୋକିନ ଦିଆଯାଏ । ନିଜ ନିଶାର ଅଭାବ ପୂରା କରିବାକୁ କଏଦୀ କୌଣସି ବି ସ୍ତରକୁ ଚାଲିଯାଏ ।

ଫାନ୍ସିସ୍କୋ ଆହୁରି କହିଛନ୍ତି, ଜେଲରେ କେହି କାହାର ପ୍ରକୃତ ସାଙ୍ଗ ନୁହେଁ । କାହାକୁ ପ୍ରକୃତ ବନ୍ଧୁ ଭାବି ନିଜ ସିକ୍ରେଟ୍ସ କହିଦେଲେ କଥା ସରିଲା । ସେହି କଥା ସାରା ଜେଲରେ ବ୍ୟାପିଯିବ । ଜେଲରେ କାମ କରୁଥିବା ଅଧିକାରୀଙ୍କ ଭିତରେ ନୈତିକ ନାହିଁ । ସେମାନେ ଭୁଲି ଯାଆନ୍ତି କଏଦୀଙ୍କ ସହ ସମ୍ପର୍କ ସ୍ଥାପନ କରିବା ଭୁଲ, ପାପ ବୋଲି କ୍ଷୋଭର ସହ କହିଛନ୍ତି ଫ୍ରାନ୍ସିସ୍କୋ ।

ଫ୍ରାନ୍ସିସ୍କୋ ଇଂଲଣ୍ଡରେ ବଢିଥିଲେ । ପିଲାଦିନ ବେଶ ଭଲ ଥିଲା . କିନ୍ତୁ ପରେ ସେ ଡ୍ରଗ୍ସର ନିଶାରେ ପଡିଗଲେ ଓ ସବୁ କିଛି ବିଗିଡି ଗଲା । ୩୧ ବର୍ଷରେ ତାଙ୍କୁ ଗିରଫ କରି ୬ ବର୍ଷ ଜେଲ ହୋଇଥିଲା ।

Get real time updates directly on you device, subscribe now.