ସାମ୍ନାକୁ ଆସିଲା ଚୀନର ସତ, ପାକିସ୍ତାନକୁ ସହାୟତାର ହାତ ବଢ଼ାଇଲା ଚୀନ
ଭାରତ ସହ ତିକ୍ତତା କରି ଦୁର୍ବଳ ହୋଇ ପଡ଼ିଛି ପାକିସ୍ତାନ।
ନୂଆଦିଲ୍ଲୀ: ଭାରତ ସହିତ ପାକିସ୍ତାନର ଏକ ଘାତକ ସଂଘର୍ଷର ଅନ୍ତ ହେବାର କିଛି ଦିନ ପରେ, ଚୀନର ସତ ସାମ୍ନାକୁ ଆସିଛି। ଆଉ ଚୀନ ନିଜର ଅସଲ ରୂପ ଦେଖାଇଛି। କାରଣ ଚୀନ ଏବେ ପାକିସ୍ତାନକୁ ସହାୟତାର ହାତ ବଢ଼ାଇଥିବା କଥା ସାମ୍ନାକୁ ଆସିଛି।
ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ଇ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାରଙ୍କ ଚୀନ୍ ଗସ୍ତ ସମ୍ପର୍କରେ ଏକ ଗୁରୁତ୍ଵପୂର୍ଣ୍ଣ ବୟାନ ଦେଇଛନ୍ତି।
ମେ’ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଦାରଙ୍କ ଏହି ଗସ୍ତ ଚୀନ୍-ପାକିସ୍ତାନ ସମ୍ପର୍କକୁ ସୃଦୃଢ଼ କରିବା ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି ଚୀନ୍ର ବୈଦେଶିକ ମନ୍ତ୍ରଳାୟର ମୁଖପାତ୍ର ମାଓ ନିଂ କହିଛନ୍ତି।
ସୂଚନାନୁ ଜଣା ପଡିଛି କି, ,ପାକିସ୍ତାନକୁ ଅଧା ଦାମ୍ରେ ଜେ ୩୫ ଏ ଯୁଦ୍ଧ ବିମାନ ବିକିବ ବେଜିଂ। କାରଣ ଭାରତ ସହ ପାକିସ୍ତାନର ତିକ୍ତତା ପରେ ସାମରିକ ସ୍ତରରେ ପାକିସ୍ତାନ ଦୁର୍ବଳ ହୋଇ ପଡିଛି। ତେଣୁ ପାକିସ୍ତାନକୁ ସହାୟତା ଯୋଗାଇ ଦେବାକୁ ଚୀନ ପ୍ରତିଶୃତି ଦେଇଛି।