ପହଲଗାମ ଆକ୍ରମଣ, ଭାରତ ଭୟରେ ନିଜ ପରିବାରକୁ ବିଦେଶ ପଠାଇଦେଲେ ପାକିସ୍ତାନ ସେନା ମୁଖ୍ୟ
ଯେ କୌଣସି ସମୟରେ ବି ପାକିସ୍ତାନ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିପାରେ ଭାରତ।
ନୂଆଦିଲ୍ଲୀ: ଭାରତ ଡ଼ରରେ କମ୍ପୁଛି ପାକିସ୍ତାନ। କାରଣ ପାକିସ୍ତାନର ସେନା ମୁଖ୍ୟ ଆସୀମ ମୁନିର, ଯିଏକି ପାକିସ୍ତାନର ସର୍ବେସର୍ବା। ଯାହା କଥାରେ ପୁରା ପାକିସ୍ତାନ ଚାଲେ। ସିଏ ଏବେ ଭାରତ ଭୟରେ ନିଜ ପରିବାରକୁ ବିମାନ ଯୋଗେ ବିଦେଶ ପଠାଇଦେଇଥିବା ସୂଚନା ମିଳିଛି।
କାରଣ ପହଲଗାମ୍ ଆତଙ୍କୀ ଆକ୍ରମଣ ପଛରେ ଏହି ପାକିସ୍ତାନ ସେନା ମୁଖ୍ୟ ଆସୀମ ମୁନିରର ହାତ ଥିବା ଚର୍ଚ୍ଚା ହେଉଛି। ତେଣୁ ତାର ଡର ଅଛି ଭାରତ ଯେଉଁଭଳି ଆଭିମୁଖ୍ୟ ଗ୍ରହଣ କରୁଛି। ଯେକୌଣସି ସମୟରେ ବି ହମଲା କରିପାରେ।
ଭାରତ ଯେକୌଣସି ସମୟରେ ବି କଡ଼ା ପଦକ୍ଷେପ ନେଇପାରେ। କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ସର୍ଜିକାଲ୍ ଷ୍ଟ୍ରାଇକ୍ କରିପାରେ। ଆଉ ତା ପୂର୍ବରୁ ସେନା ମୁଖ୍ୟ ଛାନିଆ ହୋଇଛନ୍ତି।
ଆଉ ଭାରତ ଡରରେ ନିଜର ସପରିବାର ଲୋକଙ୍କୁ ବିମାନ ଯୋଗେଁ ବିଦେଶକୁ ପଠାଇ ଦେଇଥିବା ସୂଚନା ମିଳିଛି। ଦେଖିବାକୁ ଗଲେ ଆସୀମ ମୁନିର ହେଉଛି ପାକିସ୍ତାନର ସେନା ମୁଖ୍ୟ। ଆଉ ଯେତେବେଳେ ସେ ନିଜେ ଏତେ ଭୟଭୀତ।
ଯେ ନିଜର ପୁରା ପରିବାରକୁ ବିଦେଶ ପଠାଇଦେଇଛି। ତାହାଲେ ପାକିସ୍ତାନ କେତେ ଭୟରେ ଥିବ ତାହା ଆପଣମାନେ ଅନୁମାନ କରିପାରୁଥିବେ। ଏହାଛଡା କେବଳ ଆସୀମ ମୁନିର ନୁହଁନ୍ତି ଭାରତ ଭୟରେ ଅନେକ ପାକ୍ ସେନାଧିକାରୀ ନିଜ ପରିବାରକୁ ବିଦେଶ ପଠାଇ ଦେଇଥିବା ସୂଚନା ମିଳିଛି।