fbpx
BSKY
BJD MS SKY
BJD YOUTH SKY

U-19 ଏସିଆ କପ: ଭାରତକୁ ୮ ୱିକେଟରେ ପରାସ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ: ଦୁବାଇର ଆଇସିସି ଆକାଡେମୀ ଗ୍ରାଉଣ୍ଡରେ ଚାଲିଥିବା ପୁରୁଷ ଅଣ୍ଡର-୧୯ ଏସିଆ କପରେ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଟିମ୍ ଇଣ୍ଡିଆକୁ ୮ ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୫୯ ରନ୍ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନ ୪୭ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୨୬୩ ରନ୍ ସଂଗ୍ରହ କରିନେଇଥିଲା ।

ଭାରତ ପକ୍ଷରୁ ଓପନର ଆଦର୍ଶ ସିଂହ ୮୧ଟି ବଲରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୨ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ଉଦୟ ସହାରଣ ଧୈର୍ଯ୍ୟର ସହ ଇନିଂସ ଖେଳି ୯୮ଟି ବଲରୁ ୫ଟି ଚୌକା ସହାୟତାରେ ୬୦ ରନ୍ ସଂଗ୍ରହ କରିଥିଲେ । ସଚିନ ଧାସ ୪୨ଟି ବଲରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୫୮ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ୩୦ ଅଙ୍କ ଟପିପାରି ନଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ଜିଶାନ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ ।

୨୬୦ ରନର ଟାର୍ଗେଟକୁ ପାକିସ୍ତାନ ଅତି ସହଜରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଆଜାନ ଆୱେସ ୧୩୦ଟି ବଲରୁ ଅପରାଜିତ ୧୦୫ ରନର ଇନିଂସ ଖେଳି ଦଳକୁ ଜିତାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓପନର ଶାହଜେବ ଖାନ ୮୮ଟି ବଲରୁ ୬୩ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ଶାଦ ବେଗ ୫୧ଟି ବଲରୁ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୮ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଭାରତ ପକ୍ଷଣୁ ମୁରୁଗାନ ଅଭିଶେଷ ୨ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.