fbpx

ସୀମା ହାଇଦର ଓ ଅଞ୍ଜୁଙ୍କ ପରେ ଚର୍ଚ୍ଚାରେ ନଗମା ଓରଫ ସନମ ! ଜାଣନ୍ତୁ କ’ଣ ରହିଛି ଘଟଣା

ମୁମ୍ବାଇ: ସୀମା ହାଇଦର ଓ ଅଞ୍ଜୁଙ୍କ ପରେ ଏବେ ଚର୍ଚ୍ଚାରେ ଅଛନ୍ତି ନଗମା । ଥାନେର ନଗମା ନୁର ନିଜ ନାମ ପରିବର୍ତ୍ତନ କରି ପାକିସ୍ତାନ ଯାଇଥିବାରୁ ସେ ପୋଲିସର ରାଡାରରେ ଅଛନ୍ତି । ପୁଲିସ ସନ୍ଦେହ କରୁଛି ଯେ ନଗମା ନକଲି କାଗଜପତ୍ର ବ୍ୟବହାର କରି ଆଧାର କାର୍ଡ, ପାସପୋର୍ଟ ଏବଂ ଭିସା ହାସଲ କରିଥିଲେ । ତେବେ ନଗମାଙ୍କ ମା’ କହନ୍ତି, ସେ କିଛି ଭୁଲ୍ କରିନାହାନ୍ତି, ସବୁ କିଛି ବାସ୍ତବ । ସ୍ୱାମୀ ବଶିର୍ ଅହମ୍ମଦଙ୍କୁ ଭେଟି ପାକିସ୍ତାନ ଫେରିଥିବା ନଗମା ଏବେ ପୋଲିସ ଓ ଆଇବିର ରାଡାରରେ ଅଛନ୍ତି । ଏହାର କାରଣ ହେଉଛି ନଗମାଙ୍କ ନାମ ବଦଳାଇ ପାକିସ୍ତାନ ରଖିବା । ଥାନେର ବର୍ତକ ନଗର ପୁଲିସ ଏହି ଘଟଣାରେ ଏତଲା ରୁଜୁ କରି ତଦନ୍ତ ଚଳାଇଛି ।

ପୁଲିସ ଏ ସମ୍ପର୍କରେ ବିଶେଷ କିଛି କହୁନାହିଁ, କିନ୍ତୁ ଥାନେର ବର୍ତକ ନଗରରେ ରହୁଥିବା ନଗମାଙ୍କ ମା’ ହାଜରା କହିଛନ୍ତି ଯେ ତାଙ୍କ ଝିଅ କିଛି ଭୁଲ୍ କରିନାହିଁ । ତାଙ୍କର ସମସ୍ତ କାଗଜପତ୍ର ମଧ୍ୟ ଠିକ୍ ଅଛି । ନାମ ପରିବର୍ତ୍ତନ ବିଷୟରେ କହିବାକୁ ଗଲେ, ୨୦୧୫ ମସିହାରେ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କ ସହ ରହୁଥିବା ବେଳେ ଏହାକୁ ପରିବର୍ତ୍ତନ କରିଥିଲେ । ସନମଙ୍କ ମା’ ହାଜରା ଙ୍କ କହିବା ଅନୁଯାୟୀ, ପ୍ରଥମ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ୨୦୨୧ରେ ତାଙ୍କ ଝିଅ ପାକିସ୍ତାନର ଆବୋଟାବାଦରେ ରହୁଥିବା ବାବରଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା କରିଥିଲେ ଏବଂ ପରେ ଦୁହେଁ ପ୍ରେମରେ ପଡ଼ି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.