fbpx

‘କାହାଁ ରୋହିତ ଶର୍ମା କାହାଁ ତୁମ୍‌’- ବାବରଙ୍କ ଉପରେ ବର୍ଷିଲେ ଆଫ୍ରିଦି

Advertisement

ଓଡିଶା ଭାସ୍କର: ସାହିଦ ଆଫ୍ରିଦି ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଯିଏ ଭାରତର ବିଶ୍ୱକପ ବିଜୟ ପରେ ସର୍ବପ୍ରଥମେ ଶୁଭେଚ୍ଛା ଜଣାଇଥିଲେ । ଭାରତୀୟ ଦଳ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଉପରେ କବ୍ଚା କରିଛି । ପାକିସ୍ତାନର ଏହି ପୂର୍ବତନ କ୍ରିକେଟର ଏକ ସାକ୍ଷାତକାରରେ ରୋହିତଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ତାହାସହ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କ ଉପରେ ମଧ୍ୟ ସେ ବର୍ଷିଛନ୍ତି । ତାଙ୍କର ଏହି ରାଗର କାରଣ ହେଉଛି ପାକିସ୍ତାନ ସୁପର – ୮ ଯାଏଁ ବି ପହଞ୍ଚି ପାରି ନଥିଲା ବିଶ୍ୱକପରେ । ଆମେରିକା ଭଳି ଦଳଠୁ ପାକିସ୍ତାନ ହାରିଥିଲା ।

ରୋହିତ ଶର୍ମାଙ୍କୁ ନେଇ ଆଫ୍ରିଦି କହିଛନ୍ତି ଯେ, ଅଧିନାୟକର ହାବଭାବ କହିଦେବ ଯେ, ଟିମ୍‌ର ମନୋସ୍ଥିତି କିଭଳି ରହିଛି । ଟିମର ଲିଡରକୁ ନୂଆ ମାନକ ତିଆରି କରିବାର ଆବଶ୍ୟକତା ଥାଏ । ବିଶ୍ୱକପରେ ହିଟମ୍ୟାନଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଭାରତୀୟ ଦଳର ଅନ୍ୟ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢାଉଥିଲା ବୋଲି ସାହିଦ ଆଫ୍ରିଦି ଜଣାଇଛନ୍ତି । ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ବାବର ଓ ରୋହିତଙ୍କୁ ପ୍ରତିଟି କ୍ଷେତ୍ରରେ ତୁଳନାତ୍ମକ ଭାବରେ ଦେଖି ଆଫ୍ରିଦି ବାବର ଆଜମଙ୍କୁ କହିଥିଲେ, ‘କାହାଁ ରୋହିତ କାହାଁ ତୁମ୍‌’ । ରୋହିତ ଟୁର୍ଣ୍ଣାମେଣ୍ଟରେ ୮ ଟି ପାଳି ଖେଳି ୩ ଅର୍ଦ୍ଧଶତକ ସହ ୧୫୬ରୁ ଅଧିକ ଷ୍ଟ୍ରାଇକରେଟ ମୋଟ ୨୫୭ ରନ କରିଥିଲେ । ଚଳିତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର ଥିଲା । ସେପଟେ ବାବର ୪ ମ୍ୟାଚ ଖେଳି ମାତ୍ର ୧୨୨ ରନ କରିଥିଲେ । ସେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ମାତ୍ର ୧୦୧ ଷ୍ଟ୍ରାଇକରେଟରେ ବ୍ୟାଟିଂ କରି ସମାଲୋଚନାକୁ ନିଜ ଆଡକୁ ଆମନ୍ତ୍ରଣ କରିଛନ୍ତି । ଏବେ ଆପ୍ରିଦିଙ୍କ ଏହି ବୟାନ କ୍ରୀଡା ମହଲରେ ରୋଚକତା ସହ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Get real time updates directly on you device, subscribe now.