ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଘନଉଛି ଯୁଦ୍ଧ ଆଶଙ୍କା। କେତେବେଳେ ବି ହୋଇପାରେ ଆମ୍ନାସାମ୍ନା।

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଭାରତ ମଧ୍ୟରେ ଆରମ୍ଭ ହୋଇଛି ଶୀତଳ ଯୁଦ୍ଧ। ଆଉ ଏହି ଯୁଦ୍ଧ କେତେବେଳେ ବି ଭୟଙ୍କର ରୂପ ଧାରଣ କରିପାରେ। ଏଥିପାଇଁ ପାକିସ୍ତାନର ନେତା ମନ୍ତ୍ରୀ ଏବେଠୁ ବିଳିବିଳେଇଲେଣି।

ଯେହେତୁ ପାକିସ୍ତାନକୁ ଭାରତ ଗୋଟେ ପରେ ଗୋଟେ ଝଟକା ଦେଉଛି। ହାତରେ ନ ମାରି ଭାତରେ ମାରୁଛି। ତେଣୁ ଔଷଧ ବିକଳରେ ତାଟିଆ କାମୁଡିଲାଣି ପାକିସ୍ତାନ। ଆଉ ସବୁଠୁ ବଡ଼ କଥା ହେଉଛି ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ।

ଯାହା ପାଇଁ ଚିନ୍ତାରେ ପଡିଛି ପାକିସ୍ତାନ। ପାଣି ପାଇଁ ଡହଳ ବିକଳ ହେଉଛି। ତେଣୁ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି ପାକିସ୍ତାନ। ଆଉ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଏବେ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି।

ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସିନ୍ଧୁ ନଦୀ ଚୁକ୍ତି ଉଲ୍ଲଙ୍ଘନ କରି ଭାରତ ସିନ୍ଧୁ ନଦୀ ଉପରେ ଯଦି କୌଣସି ଡ୍ୟାମ୍‌ ନିର୍ମାଣ କରେ ତେବେ ଭାରତ ଉପରେ ଆକ୍ରମଣ କରିବ ପାକିସ୍ତାନ।