fbpx

୪ ବର୍ଷ ପରେ ଏଫଏଟିଏଫ’ର ଆତଙ୍କବାଦ ବିରୋଧୀ ‘ଗ୍ରେ ଲିଷ୍ଟ’ରୁ ବାହାରିଲା ପାକିସ୍ତାନ, କଳା ତାଲିକାଭୁକ୍ତ ହେଲା ଭାରତର ଆଉ ଏକ ପଡ଼ୋଶୀ

ନୂଆଦିଲ୍ଲୀ: ଦିର୍ଘ ୪ ବର୍ଷ ପରେ ଗ୍ଲୋବାଲ ଫାଇନାନ୍ସ ୱାଚଡଗ୍(ଏଫଏଟିଏଫ) ପାକିସ୍ତାନକୁ ଗ୍ରେ ତାଲିକାରୁ ବାହାର କରିଛି। ପୁର୍ବରୁ ମଧ୍ୟ ଏପରି ଆକଳନ କରାଯାଉଥିଲା। ଦୁଇ ଦିନ ଧରି ଚାଲିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ଏହି ବୈଠକରେ ପାକିସ୍ତାନକୁ ଗ୍ରେ ତାଲିକାର ବାହାର କରିବା ସବୁଠୁ ବଡ଼ ନିଷ୍ପତି ଥିଲା।

ଯଦିଓ ଏଫଏଟିଏଫ ପାକିସ୍ତାନ ଉପରେ ନିଷ୍ପତ୍ତି ନେଇଛି, ମିଆଁମାର ଉପରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦିଆଯାଇଛି। ମିଆଁମାରକୁ ଏଫଏଟିଏଫ’ର କଳା ତାଲିକାଭୁକ୍ତ ସାମିଲ କରିଛି। ପାକିସ୍ତାନ ତରଫରୁ ମୋଟ ୩୪ ଟି ପାରାମିଟର ପୂରଣ ହୋଇଛି। ବର୍ତ୍ତମାନଠାରୁ ପାକିସ୍ତାନକୁ ଏସିଆ ପେସିଫିକ୍ ଗ୍ରୁପ୍ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ପଡିବ। ଏଫଏଟିଏଫ’ର ଏହି ନିଷ୍ପତ୍ତିକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା କରାଯାଇଥିବା ସମସ୍ତ ପ୍ରୟାସକୁ ମୋହର ଦିଆଯାଇଛି। ତାଙ୍କ ତରଫରୁ ସେନାକୁ ମଧ୍ୟ ଅଭିନନ୍ଦନ ଜଣାଯାଇଛି। କୁହାଯାଇଛି ଯେ ଏଫଏଟିଏଫ ସେମାନଙ୍କର କଠିନ ପରିଶ୍ରମର ଫଳ ଦେଇଛି।

ପାକିସ୍ତାନ ଉପରେ ମନି ଲଣ୍ଡରିଂ ତଥା ଆତଙ୍କବାଦକୁ ଆର୍ଥିକ ସହାୟତା ପହଞ୍ଚାଇବାର ଅଭିଯୋଗ ଥିଲା । ଏହାପରେ ୨୦୧୮ରେ ଗ୍ଲୋବାଲ ଫାଇନାନ୍ସ ୱାଚଡଗ୍(ଏଫଏଟିଏଫ) ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଦେଇଥିଲା । ପ୍ରାୟ ୪ ବର୍ଷ ପରେ ପାକିସ୍ତାନ ଏବେ ଏହି ତାଲିକାରୁ ମୁକ୍ତି ପାଇଛି ।

Get real time updates directly on you device, subscribe now.