କାଙ୍ଗାଳ ପାକିସ୍ତାନକୁ ବି ଦରକାର Starlink ସେବା, ଜାଣନ୍ତୁ କେତେ ରହିବ ଏହାର ମୂଲ୍ୟ

ପାକିସ୍ତାନରେ ଆରମ୍ଭ ହେବ ଷ୍ଟାରଲିଙ୍କ ସର୍ଭିସ, ସରକାର ଏଲନ ମସ୍କଙ୍କୁ ଦେଲେ ..

ନୂଆଦିଲ୍ଲୀ: ପାକିସ୍ତାନରେ ଖାଦ୍ୟ ଦର ଠାରୁ ଅନ୍ୟାନ୍ୟ ସମସ୍ତ ସାମଗ୍ରୀର ଦରଦାମ ଦିନକୁ ଦିନ ବୃଦ୍ଧି ପାଇ ଆକାଶ ଛୁଇଁଛି । ଏଠାରେ ଲୋକେ ଅଟା କିଣିବାକୁ ଖୁବ କଷ୍ଟ କରୁଛନ୍ତି ।

ତେବେ ଏହାରି ମଧ୍ୟରେ ପାକିସ୍ତାନ ସରକାର ଲୋକଙ୍କ ପାଇଁ ଇଣ୍ଟରନେଟ ସୁବିଧା ପାଇଁ ଷ୍ଟାରଲିଙ୍କ ସହ ଡିଲ୍ କରିଛନ୍ତି ।

ପାକିସ୍ତାନରେ ଷ୍ଟାରଲିଙ୍କ ସେବା: ପଡ଼ୋଶୀ ଦେଶ ପାକିସ୍ତାନରେ ଖୁବଶୀଘ୍ର ଲୋକେ ଷ୍ଟାରଲିଙ୍କ ସେବାର ଆନନ୍ଦ ଉଠାଇପାରିବେ । ଏଠାରେ ସରକାର ସାଟେଲାଇଟ ଇଣ୍ଟରନେଟ ଯୋଗାଉଥିବା ଏଲନ ମସ୍କଙ୍କ ଏହି କମ୍ପାନୀକୁ Temporary NOC ଦେଇଛନ୍ତି ।

ପାକିସ୍ତାନର ଆଇଟି ମନ୍ତ୍ରୀ ଶଜା ଫାତିମା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶହବାଜ ଶରୀଫଙ୍କ ନିର୍ଦ୍ଦେଶରେ ଷ୍ଟାରଲିଙ୍କକୁ ଟେମ୍ପରାରୀ ରେଜିଷ୍ଟ୍ରେସନ କରାଯାଇଛି । ଏଥିସହ ପାକିସ୍ତାନରେ ଷ୍ଟାରଲିଙ୍କର ସେବା ଆରମ୍ଭ ହେବାର ରାସ୍ତା ଖୋଲିଯାଇଛି ।

ଆରମ୍ଭ ହେବ ସାଟେଲାଇଟ ଇଣ୍ଟରନେଟ ସେବା: ଫତିମା ଆହୁରି କହିଛନ୍ତି ଯେ, ସମସ୍ତ ସିକ୍ୟୁରିଟି ଏବଂ ରେଗୁଲେଟରୀ ଏଜେନ୍ସିଙ୍କ ସହମତି ପରେ ଷ୍ଟାରଲିଙ୍କକୁ ଟେମ୍ପରାରୀ ଏନଓସି ଦିଆଯାଇଛି ।

ଏଥିସହ ପାକିସ୍ତାନରେ ସାଇଟେଲାଇଟ ଇଣ୍ଟରନେଟ ସେବା ଲଞ୍ଚ କରାଯିବ । ଷ୍ଟାରଲିଙ୍କ ଗତ ବର୍ଷ ପାକିସ୍ତାନରେ ନିଜ ସର୍ଭିସ ଆରମ୍ଭ କରିବା ଲାଗି ଆବେଦନ କରିଥିଲା ଏବଂ ବହୁ ସମୟରୁ ସେ ଅନୁମତି ପାଇଁ ଅପେକ୍ଷା କରିଥିଲା ।