୨ ମାସ ପାଇଁ ଖାଦ୍ୟ ମହଜୁଦ ରଖିବାକୁ ନିଜ ନାଗରିକଙ୍କୁ ନିର୍ଦ୍ଦେଶ ଦେଲେ ପାକିସ୍ତାନ ସରକାର

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି ପାକିସ୍ତାନ। ପହଲଗାମର ପ୍ରତିଶୋଧ ନେବ ଭାରତ।

ପାକିସ୍ତାନ: ଭାରତ-ପାକିସ୍ତାନ ମଧ୍ୟରେ ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଲାଗି ରହିଛି ତିକ୍ତତା। ଆଉ ଏହାରି ଭିତରେ ପାକିସ୍ତାନ ଜାଣିସାରିଛି କି ଭାରତ ପ୍ରତିଶୋଧ ନେବା ପାଇଁ ତାଙ୍କ ଉପରେ ଆକ୍ରମଣ କରିବ। ତେଣୁ ଏବେଠାରୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଲାଣି ପାକିସ୍ତାନ।

ସେଥିପାଇଁ ନିଜ ଦେଶର ନାଗରିକଙ୍କୁ ୨ ମାସ ପାଇଁ ରାସନ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦେଇଛି। ଭାରତ ସହ ଲାଗିଥିବା ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଖାଦ୍ୟ, ଔଷଧ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ଏହି ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ଶେହବାଜ ସରକାର। ଭାରତୀୟ ସେନାର ଆକ୍ରମଣର ସମ୍ମୁଖୀନ ହେବା ପାଇଁ ପାକିସ୍ତାନ ପ୍ରତ୍ୟେକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।