fbpx
BSKY SKY
BSKY SKY

ICC ODI Rankingରେ ପ୍ରଥମ ସ୍ଥାନ ହରାଇଲା ପାକିସ୍ତାନ: ଉପରକୁ ଉଠିଲା Team India

BSKY

ନୂଆଦିଲ୍ଲୀ: ଶ୍ରୀଲଙ୍କା ପାଖରୁ ପରାସ୍ତ ହୋଇ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ପାକିସ୍ତାନ ଟିମ । ତେବେ ପାକିସ୍ତାନର ଏହି ଆଘାତ ଉପରେ ଆଉ ଏକ ଝଟକା ଦେଇ ଆଇସିସି । ଆଇସିସି ଦିନିକିଆ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଥିବା ପାକିସ୍ତାନ ଏବେ ନିଜ ସ୍ଥାନ ହରାଇଛି । ଏସିଆ କପରେ ଭାରତ ଏବଂ ଶ୍ରୀଲଙ୍କା ବିପକ୍ଷରେ ପରାଜୟ ବାବର ସେନା ପାଇଁ ଖୁବ ମହଙ୍ଗା ପଡ଼ିଛି । ସେପଟେ ପାକିସ୍ତାନ ପାଇଁ ଆଉ ଏକ ଜଖମ ଦେଇଛି ଟିମ ଇଣ୍ଡିଆ । ସୁପର-୪ରେ ମାତ ଦେବା ପରେ ଭାରତ ଦିନିକିଆ ରାଙ୍କିଙ୍ଗରେ ମଧ୍ୟ ପାକିସ୍ତାନକୁ ଚକମା ଦେଇଛି । ବର୍ତ୍ତମାନ ପାକିସ୍ତାନକୁ ପଛରେ ପକାଇ ରୋହିତ ସେନା ଏହି ତାଲିକାର ଉପରକୁ ଉଠିଛି ।

ଆଇସିସି ଦ୍ୱାରା ଜାରି ହୋଇଥିବା ତାଜା ରାଙ୍କିଙ୍ଗ ପ୍ରଥମ ସ୍ଥାନ ହରାଇଛି ପାକିସ୍ତାନ । ତେବେ ଭାରତୀୟ ଦଳ ୨ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ବର୍ତ୍ତମାନ ଦିନିକିଆ ରାଙ୍କିଙ୍ଗରେ ଭାରତ ୧୧୬ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନ ଉପରେ ନିଜ କବଜା କରିଛି । କିନ୍ତୁ ଭାରତ ଏବଂ ଶ୍ରୀଲଙ୍କା ବିପକ୍ଷରେ ମିଳିଥିବା ପରାଜୟ ପାକିସ୍ତାନକୁ ୧୧୫ ପଏଣ୍ଟ ପାଇ ଏକ ନମ୍ବରରୁ ତୃତୀୟ ସ୍ଥାନକୁ ଖସାଇ ଆଣିଛି । ସେହିପରି ପାକିସ୍ତାନ ତଳକୁ ଖସିଯିବା ପରେ ଅଷ୍ଟ୍ରେଲିଆ ଏହି ତାଲିକାର ସର୍ବାଧିକ ୧୧୮ ପଏଣ୍ଟ ସହ ଶୀର୍ଷକୁ ପହଞ୍ଚି ଯାଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ବିଜୟ ଅଷ୍ଟ୍ରେଲିଆକୁ ଶୀର୍ଷ ସ୍ଥାନ ଦେଇଥିବା ବେଳେ ତୃତୀୟ ମ୍ୟାଚରେ ୧୧୧ ରନର ପରାଜୟ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ ଦେଇପାରେ । ତେବେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ଏହି ସିରିଜରେ ଭାରତ ପାଖରେ ପୁଣିଥରେ ପ୍ରଥମ ସ୍ଥାନ ହାସଲ କରିବାର ସୁଯୋଗ ରହିବ । ଏହାପୂର୍ବରୁ ଅଷ୍ଟ୍ରେଲିଆ ସାଉଥ ଆଫ୍ରିକା ବିପକ୍ଷରେ ଚତୁର୍ଥ ଦିନିକିଆ ଖେଳିବାକୁ ଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ଏସିଆ କପ୍ ପାଇନାଲ ଭାରତ । ତେଣୁ ଭାରତ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଟ୍ରଫି ହାତେଇବା ସହ ଦିନିକିଆ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିବାକୁ ଚେଷ୍ଟା କରିବ ।

Get real time updates directly on you device, subscribe now.