ପାକିସ୍ତାନ ଉପରେ ଭାରତର ଆକ୍ରମଣ, ଜବାବ ଦେବାକୁ ପାକିସ୍ତାନ ସେନାଙ୍କୁ ଅନୁମତି ଦେଲେ ପାକ୍ ପ୍ରଧାନମନ୍ତ୍ରୀ
ଘନେଇଲା ଯୁଦ୍ଧ ଆଶଙ୍କା। ଭାରତର 'ଅପରେସନ୍ ସିନ୍ଦୂର' ଏୟାରଷ୍ଟ୍ରାଇକର ଜବାବ ଦେବାକୁ ପାକିସ୍ତାନ ସେନାକୁ ଅନୁମତି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ।
ପାକିସ୍ତାନ: ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା। ଭାରତର ଆକ୍ରମଣର ଜବାବ ଦେବାକୁ ପାକିସ୍ତାନ ସେନାକୁ ଅନୁମତି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ୍। ଭାରତର ଆକ୍ରମଣ ପରେ ବୈଠକ ଡାକିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ୍।
ଭାରତର ‘ଅପରେସନ୍ ସିନ୍ଦୂର’ ଏୟାରଷ୍ଟ୍ରାଇକ୍ ପରେ ବୈଠକ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ପାକ୍ NSAଙ୍କ ସହ ଆଲୋଚନା କଲେ ସେହବାଜ୍। ପାକିସ୍ତାନ ଉପରେ ଭାରତର ଆକ୍ସନକୁ ନେଇ କଲେ ଚର୍ଚ୍ଚା।
ସେନାକୁ ପୂର୍ଣ୍ଣ କ୍ଷମତା ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। କହିଲେ ପାକିସ୍ତାନକୁ ବି ଜବାବ ଦେଇ ଆସେ। ଜବାବ ଦେବାର କ୍ଷମତା ବି ପାକିସ୍ତାନର ଅଛି। ତେଣୁ ଭାରତର ଆକ୍ରମଣର ଜବାବ ଦେବାକୁ ପାକିସ୍ତାନ ସେନାକୁ ଅନୁମତି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ୍ ସରିଫ୍।
କହିଲେ ପାକିସ୍ତାନର ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିଛି ଭାରତ। ଭାରତର ଏୟାରଷ୍ଟ୍ରାଇକ୍ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି କରାଯାଇଛି। ଦେଶର ସାର୍ବଭୌମତ୍ୱ ଉଲ୍ଲଂଘନ କରୁଛି। ଭାରତକୁ ଜବାବ ଦେବାର କ୍ଷମତା ପାକିସ୍ତାନର ଅଛି।