Breaking: ଗାଲୁଆ ପାକିସ୍ତାନ, କହିଲା ଯୁଦ୍ଧ କରିବନି, ପୁଣି ଭାରତ ଉପରେ କଲା ଆକ୍ରମଣ
ବିଭିନ୍ନ ଜାଗାରୁ ଶୁଭୁଛି ବିସ୍ଫୋରଣର ଶବ୍ଦ।
ନୂଆଦିଲ୍ଲୀ: ଅସ୍ତ୍ରବିରତି ଉଲ୍ଲଘଂନ କଲା ପାକିସ୍ତାନ। ସୀମାରେ ଗୁଳିଗୋଳା ବର୍ଷଣ କରୁଛି ପାକିସ୍ତାନ। କିଛି ସମୟର ଅସ୍ତ୍ରବିରତି ପରେ ପୁଣି ଭାରତ ଉପରେ ଆକ୍ରମଣ କଲା ଗାଲୁଆ ପାକିସ୍ତାନ। ହେଲେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା।
ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଥିବା ସୂଚନା। LoCରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ। ଅଖନୁର, ରଜୌରା ଓ ପୁଞ୍ଚରେ ଅସ୍ତ୍ରବିରତି ଉଲଘଂନ ସହ ଗୁଳିମାଡ଼ ସୂଚନା। ଅସ୍ତ୍ରବିରତି ଉଲ୍ଲଘଂନ ନେଇ ଜାତୀୟ ଗଣମାଧ୍ୟମର ସୂଚନା।
ଜମ୍ମୁ କାଶ୍ମୀରର ଏକାଧିକ ସେକ୍ଟରରେ ଗୁଳିଗୋଳା ବର୍ଷଣ। କଡ଼ା ଜବାବ ଦେଇଛି ଭାରତୀୟ ସେନା। କିଛି ସମୟ ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୫ଟାରେ ହୋଇଥିଲା ଅସ୍ତ୍ରବିରତି। ପାକିସ୍ତାନର DGMO ଭାରତୀୟ DGMOଙ୍କୁ ଫୋନ୍ କରି ଆଲୋଚନା ପରେ ଦୁଇ ଦେଶ ଅସ୍ତ୍ରବିରତି କରିଥିଲେ।
ହେଲେ କିଛି ସମୟ ଭିତରେ ପୁଣି ଅମାନିଆ ହୋଇଛି ପାକିସ୍ତାନ। ସୀମାରେ କରୁଛି ଗୁଳିମାଡ଼। ଏହାସହ ଶ୍ରୀନଗରରେ ମଧ୍ୟ ବିସ୍ଫୋରଣ ହୋଇଥିବା ସୂଚନା ମୁଖ୍ୟମନ୍ତ୍ରୀ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ। ବିଭିନ୍ନ ସ୍ଥାନରୁ ଶୁଭୁଛି ବିସ୍ଫୋରଣର ଶବ୍ଦ।