CHARIDHAM

ଏସିଆ କପରୁ ଓହରିଲା ପାକିସ୍ତାନ, ମ୍ୟାଚ୍ ନଖେଳି ସୁପର-୪ରେ ପହଞ୍ଚିଲା UAE !

ଏସିଆ କପରୁ ଓହରିଲା ପାକିସ୍ତାନ!

ଦୁବାଇ: ଏସିଆ କପକୁ ନେଇ ଆସିଲା ବଡ଼ ଖବର। ଏସିଆ କପ୍ ୨୦୨୫ରୁ ଏହରିଲା ପାକିସ୍ତାନ। ସେପଟେ ମ୍ୟାଚ୍ ନଖେଳି ସୁପର-୪ରେ ପହଞ୍ଚିଲା UAE ଦଳ!

ହଁ ଆଜ୍ଞା ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଲଢେଇ ପରେ ଅନେକ କିଛି ଘଟଣା ଦେଖିବାକୁ ମିଳିଥିଲା। ପାକିସ୍ତାନକୁ ଇଣ୍ଡିଆ ଧୂଳି ଚଟାଇବା ପରେ ଭାରତୀୟ କ୍ରିକେଟର ପାକିସ୍ତାନ ଖେଳାଳିଙ୍କ ସହ ହ୍ୟାଣ୍ଡସେକ୍ ନକରି ପଡିଆ ଛାଡ଼ି ପଳାଇଯାଇଥିଲେ।

ଯାହାକି ପାକିସ୍ତାନକୁ ବହୁତ ଖରାପ ଲାଗିଥିଲା। ଆଉ ଏହାପରେ ଅନେକ ଖବର ସାମ୍ନାକୁ ଆସିଥିଲା। ଆଉ ଏହାରି ଭିତରେ ଏବେ ବଡ଼ ଖବର ସାମ୍ନାକୁ ଆସିଛି କି ପାକିସ୍ତାନ କାଳେ ଏସିଆ କପରୁ ଏହରି ଯାଇଛି।

ଜିଓ ନ୍ୟୁଜ୍ ଅନୁଯାୟୀ, ୨୦୨୫ ଏସିଆ କପ୍ ରେ ଅଂଶଗ୍ରହଣ କରିବାକୁ ପାକିସ୍ତାନ ମନା କରିଦେଇଛି। ପାକିସ୍ତାନ UAE ବିପକ୍ଷରେ ତା’ର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିଲା।

କିନ୍ତୁ ସେହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଟୁର୍ଣ୍ଣାମେଣ୍ଟକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ଏହା UAE ପାଇଁ ସୁପର ଫୋର୍ ପାଇଁ ଯୋଗ୍ୟତା ଅର୍ଜନ କରିବାର ପଥ ପରିଷ୍କାର କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଖେଳାଳିମାନେ ହାତ ମିଳାଇବାକୁ ମନା କରିବା ପରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି।

ସେମାନେ ଆଇସିସି ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ଦାବି କରିଥିଲେ। ଅଭିଯୋଗ କରିଥିଲେ ଯେ ସେ ଭାରତ ବିପକ୍ଷ ମ୍ୟାଚ୍ ସମୟରେ ହାତ ମିଳାଇବା ବିବାଦରେ ଭାରତର ପକ୍ଷ ନେଇଥିଲେ।

ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପାକିସ୍ତାନୀ ଦଳକୁ ସେମାନଙ୍କ ହୋଟେଲରେ ରହିବାକୁ କହିଛି। ରିପୋର୍ଟ ହୋଇଛି ଯେ ପିସିବି ମୁଖ୍ୟ ମୋହସିନ୍ ନକଭି ଖୁବ୍ ଶୀଘ୍ର ଏକ ଜରୁରୀକାଳୀନ ସାମ୍ବାଦିକ ସମ୍ମିଳନୀ କରିବେ।