ସରକାରଙ୍କ ପକ୍ଷରୁ ମିଳିଗଲା ଅନୁମତି, ଏଣିକି ଘରେ ଖୁଲମଖୁଲା ରଖିପାରିବେ ବାଘ-ସିଂହ!

ସିଂହ, ଚିତାବାଘ, ବାଘ ସମେତ 5ଟି ବନ୍ୟଜନ୍ତୁଙ୍କୁ ଘରେ ରଖିବା ପାଇଁ ସରକାର ଦେଲେ ମଞ୍ଜୁରୀ । କିନ୍ତୁ ଦେବାକୁ ହେବ ଟଙ୍କା ।

ନୂଆଦିଲ୍ଲୀ: ପାକିସ୍ତାନର ପୋଷା ସିଂହ ଏବଂ ଚିତାବାଘର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଠାକାର ଲୋକମାନେ ଏହି ବିପଦପୂର୍ଣ୍ଣ ବନ୍ୟ ପ୍ରାଣୀଙ୍କୁ ବେଆଇନ ଭାବରେ ନିଜ ଘରେ ରଖନ୍ତି।

କିନ୍ତୁ ଏବେ ପଞ୍ଜାବ ପ୍ରଦେଶ ସରକାର ବନ୍ୟ ପ୍ରାଣୀ ପାଳନକୁ ଆଇନଗତ ସ୍ୱୀକୃତି ଦେଇଛନ୍ତି । ସିଂହ, ଚିତାବାଘ, ବାଘ ସମେତ 5ଟି ବନ୍ୟଜନ୍ତୁଙ୍କୁ ଘରେ ରଖିବା ପାଇଁ କ୍ୟାବିନେଟ୍ ବନ୍ୟପ୍ରାଣୀ ଆଇନରେ ସଂଶୋଧନ କରାଯାଇଛି ।

ଏତିକି ଟଙ୍କା ଦେବାକୁ ହେବ ଫିସ୍- ପଞ୍ଜାବ ସରକାରଙ୍କ ମନ୍ତ୍ରୀ ମରିୟମ ଔରଙ୍ଗଜେବ ବୁଧବାର ଦିନ କହିଛନ୍ତି ଯେ ଗତ 70 ବର୍ଷ ଧରି ଏହି ପ୍ରାଣୀମାନଙ୍କୁ ରଖିବା ସମ୍ପର୍କରେ କୌଣସି ଆଇନ ନଥିଲା। ଲୋକେ ବେଆଇନ ଭାବେ ରଖୁଥିଲେ । ବର୍ତ୍ତମାନ  TikTok କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ପ୍ରାଣୀମାନଙ୍କୁ ଦେଖାଇବା ଉପରେ କଡ଼ା ପ୍ରତିବନ୍ଧକ ଲଗାଯାଇଛି । ଏହାକୁ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବନ୍ୟପ୍ରାଣୀ ବିଭାଗ ଏବେ ଏହି ପ୍ରାଣୀମାନଙ୍କୁ ରଖିବା ପାଇଁ ଲାଇସେନ୍ସ ଦେବ ।  ପ୍ରତି ପ୍ରାଣୀ ପାଇଁ 50,000 ଟଙ୍କା ଦେବାକୁ ପଡିବ । ଏପରି ପ୍ରାଣୀମାନଙ୍କୁ ଘରେ ରଖିବା ପାଇଁ କିଛି ନିୟମ ମଧ୍ୟ ସ୍ଥିର କରାଯାଇଛି ।

ନୂତନ ଆଇନ ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଚେକପୋଷ୍ଟ ସ୍ଥାପନ କରାଯିବ ଏବଂ ରାତିରେ ଏହି ପ୍ରାଣୀମାନଙ୍କୁ ବୁଲାଇବା ସମ୍ପୂର୍ଣ୍ଣ ନିଷେଧ କରାଯିବ । ସିଂହ ପାଳନ କ୍ଷେତ୍ରରେ ପାକିସ୍ତାନକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏଠାରେ, ରାଜନେତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିବିଶେଷ ପ୍ରତିଦିନ ସିଂହ ସହିତ ସେମାନଙ୍କର ଫଟୋ ପୋଷ୍ଟ କରୁଛନ୍ତି । ତେବେ ବର୍ତ୍ତମାନ ଏହି ପୋଷାଙ୍କୁ ରଖିବାକୁ ହେଲେ ଟଙ୍କା ଦେବାକୁ ହେବ  ।