Breaking: ୪୮ ଘଣ୍ଟା ଭିତରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

ପାକିସ୍ତାନ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁନି ଭାରତ। ପାକିସ୍ତାନ ଲୋକଙ୍କୁ ଭାରତ ମନା। ରଦ୍ଦ ହେଲା ଭିଜା

ନୂଆଦିଲ୍ଲୀ: ସରିଲା ସିସିଏସ୍ ବୈଠକ। ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ପ୍ରେସମିଟ୍। ସରକାରଙ୍କ ବଡ଼ ନିଷ୍ପତ୍ତି। ସୀମା ପାର ହୋଇ ଆତଙ୍କୀ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ଅନୁମାନ କରାଯାଉଥିଲା ଏହି ଆତଙ୍କୀ ହମଲା ଉପରେ କେନ୍ଦ୍ର ସରକାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତାହା ଏବେ ସାମ୍ନାକୁ ଆସିଲା। ପାକିସ୍ତାନ ସହ ସବୁ ସମ୍ପର୍କ କାଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର।

ସେଥିପାଇଁ CCS ବୈଠକ ପରେ ପ୍ରେସମିଟ୍ କରି ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ। ଏହାସହ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିକୁ ମଧ୍ୟ ବାତିଲ୍ କଲା ଭାରତ। ଆଉ ସବୁଠାରୁ ବଡ଼ କଥା ହେଉଛି ପାକିସ୍ତାନିମାନଙ୍କ ଭିଜାକୁ ରଦ୍ଦ କଲେ ଭାରତ ସରକାର।

ଏଣିକି ଯେଉଁ ପାକିସ୍ତାନୀ ଭାରତ ଆସିବାକୁ ଚାହୁଁଛନ୍ତି ସେମାନେ ଆଉ ଭାରତ ଆସିପାରିବେ ନାହିଁ।  ଯେଉଁମାନଙ୍କୁ ପୂର୍ବରୁ ଭିଜା ଦିଆଯାଇଛି ସେମାନଙ୍କ ଭିଜାକୁ ବାତିଲ କରାଗଲା।

ଏହାସହ ଚେକ୍ ପୋଷ୍ଟ ଗୁଡିକରେ ସଙ୍ଗେ ସଙ୍ଗେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଗଲା। ପହଲଗାମ୍ ଆଟାକକୁ ଅତି ଗମ୍ଭୀର ଭାବରେ ନେଇଛନ୍ତି କେନ୍ଦ୍ର ସରକାର। ଏହାସହ ଅଟାରୀ-ଓ୍ୱାଘା ସୀମା ମଧ୍ୟ ବନ୍ଦ ଘୋଷଣା କଲା ଭାରତ।

ସପ୍ତାହକ ଭିତରେ ଦୂତାବାସ ଛାଡିବାକୁ ପାକିସ୍ତାନକୁ ନିର୍ଦ୍ଦେଶ। ପହଲଗାମ୍ ଆତଙ୍କୀ ହମଲା ପରେ ବୈଦେଶିକ ମନ୍ତ୍ରାଳୟର ବଡ଼ ଘୋଷଣା।