fbpx

୨୦୨୪ରେ ଏହି ଦଳରୁ ଲୋକସଭା ନିର୍ବାଚନ ଲଢିବେ ସୀମା ହେଇଦର, ଏବେ କେବଳ ଯାଞ୍ଚ ଏଜେନ୍ସୀଙ୍କ କ୍ଲିନଚିଟକୁ ଅପେକ୍ଷା

Advertisement

ନୋଏଡା: ସଚିନଙ୍କ ପ୍ରେମରେ ପଡି ନିଜ ପିଲାଙ୍କ ସହିତ ନେପାଳ ରାସ୍ତାରେ ଅବୈଧ ଉପାୟରେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହେଇଦର ଇତି ମଧ୍ୟରେ ଫିଲ୍ମ ସାଇନ୍ କରି ନେଇଛନ୍ତି । ଖୁବ୍ ଶୀଘ୍ର ସେ ଜଣେ ଅଭିନେତ୍ରୀ ଭାବରେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି । ଏହି ଖବର ତ ଆପଣ ଶୁଣିଥିବେ । ଏବେ କିନ୍ତୁ ଏକ ରାଜନୈତିକ ଦଳ ସୀମାଙ୍କୁ ଏହାର ଚିହ୍ନରେ ନିର୍ବାଚନ ଲଢିବାକୁ ନିମନ୍ତ୍ରଣ କରିଛି । ହଁ ଏହି ଖବର ସତ । ସୀମା ଏବେ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ସୀମାଙ୍କୁ ଏନଡିଏର ସହଯୋଗୀ ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠବଲେଙ୍କ ପାର୍ଟି ରିପ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ତାଙ୍କ ଦଳରେ ସାମିଲ ହେବାକୁ ଆମନ୍ତ୍ରଣ ଜଣାଇଛନ୍ତି । କୁହାଯାଉଛି ସୀମା ମଧ୍ୟ ଆରପିଆଇର ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି । ଦଳର ଜଣେ ପଦାଧିକାରୀଙ୍କ ସୂତ୍ରରୁ ଜଣାପଡିଛି ସୀମାଙ୍କୁ ଦଳର ମହିଳା ୱିଙ୍ଗର ଅଧ୍ୟକ୍ଷ କରାଯିବ । ଏହା ସହିତ ତାଙ୍କର କଥା କହିବାର ଶୈଳୀକୁ ଲକ୍ଷ୍ୟ କରି ତାଙ୍କୁ ଦଳର ପ୍ରବକ୍ତା ବି କରାଯାଇପାରେ ।

ଦଳ କହିଛି ସୀମା ଆରପିଆଇର ଚିହ୍ନରେ ନିର୍ବାଚନ ଲଢିବେ । ସୁରକ୍ଷା ଏଜେନ୍ସୀଙ୍କ ଯାଞ୍ଚରେ ସୀମାଙ୍କୁ କ୍ଲିନଚିଟ୍ ମିଳିବା ପରେ ଓ ଭାରତର ନାଗରିକତା ମିଳିଯିବା ପରେ ଦଳ ପକ୍ଷରୁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଆରପିଆଇର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମାସୁମ କିଶୋର କହିଛନ୍ତି ସୀମା ହେଇଦର ପାକିସ୍ତାନ ନାଗରିକ ଅଟନ୍ତି ଓ ସେ ଭାରତ ଆସିଛନ୍ତି । ଯଦି ଆମର ସୁରକ୍ଷା ଏଜେନ୍ସୀଙ୍କ ପକ୍ଷରୁ ସୀମାଙ୍କୁ କ୍ଲିନଚିଟ ମଳିଯିବ ଓ ତାଙ୍କୁ ଭାରତର ନାଗରିକତା ମିଳିଯିବ ତେବେ ତାଙ୍କୁ ପାର୍ଟିରେ ସ୍ୱାଗତ କରାଯିବ ।

Get real time updates directly on you device, subscribe now.