କରାଚିରେ “ଜୟ ଶ୍ରୀରାମ”, ପାକିସ୍ତାନ ମାଟିରେ ରାମଲୀଳା ନାଟକ ପ୍ରସାରଣ

ପାକିସ୍ତାନର କରାଚି ସହରରେ ରାମଲୀଳା ନାଟକ ମଞ୍ଚସ୍ଥ କରାଯାଇଥିଲା। ଯେଉଁଥିରେ ସୀତାଙ୍କ ସହ ଅନେକ ମୁସଲମାନ କଳାକାରଙ୍କ ନିଖୁଣ ଅଭିନୟ ମଞ୍ଚରେ ଦେଖିବାକୁ ମିଳିଥିଲା।

ପାକିସ୍ତାନ: ପାକିସ୍ତାନ ମାଟିରେ ରାମଙ୍କ କଥା। ମଞ୍ଚରେ ରାମଲୀଳା ଦେଖିଲେ ପାକିସ୍ତାନବାସୀ। ପାକିସ୍ତାନର କରାଚି ସହରରେ ରାମଲୀଳା ନାଟକ ମଞ୍ଚସ୍ଥ କରାଯାଇଥିଲା। ଯେଉଁଥିରେ ସୀତାଙ୍କ ସହ ଅନେକ ମୁସଲମାନ କଳାକାରଙ୍କ ନିଖୁଣ ଅଭିନୟ ମଞ୍ଚରେ ଦେଖିବାକୁ ମିଳିଥିଲା।

ପାକିସ୍ତାନୀ ନାଟକର ଏହି ଗ୍ରୁର୍ପକୁ ଅନେକ ପ୍ରଶଂସା ମଧ୍ୟ କରାଯାଇଥିଲା। କରାଚିର ମୌଜ ଗ୍ରୁର୍ପ ଏବଂ ଆଟିଫିସିୟଲ ଇଣ୍ଟେଲିଜେନ୍ସିର ବ୍ୟବହାରରେ ରାମଲୀଳା ନାଟକକୁ ପରିବେଷଣ କରାଯାଇଥିଲା।

ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷା ପ୍ରସଙ୍ଗ ପ୍ରାୟତଃ ଉଠାଯାଉଥିବା ବେଳେ, ରାମାୟଣକୁ ନେଇ ମଧ୍ୟ ଅନେକ କଳ୍ପନାଜଳ୍ପନା କରାଯାଉଥିଲା। ରାମଲୀଳାର ନିର୍ଦ୍ଦେଶକ ଯୋହେଶ୍ୱର କରେରା କହିଛନ୍ତି, ‘ମୁଁ କେବେ ଭାବି ନଥିଲି ଯେ ଲୋକମାନେ ମୋତେ ନାପସନ୍ଦ କରିବେ କିମ୍ବା ରାମାୟଣ ମଞ୍ଚସ୍ଥ କରିବା ପାଇଁ ସେମାନଙ୍କୁ କୌଣସି ପ୍ରକାରର ବିପଦର ସମ୍ମୁଖୀନ ହେବାକୁ ପଡ଼ିବ।’

ଯୋହେଶ୍ୱର କରେରା କହିଥିଲେ, ‘ମୋ ପାଇଁ, ରାମାୟଣକୁ ମଞ୍ଚ ଉପରେ ଜୀବନ୍ତ କରିବା ଏକ ଚମତ୍କାର ଅଭିଜ୍ଞତା ।’ ସେ କହିଥିଲେ, ‘ନାଟକଟି ଭଲ ପ୍ରତିକ୍ରିୟା ପାଇଛି ଏବଂ ଅନେକ ଲୋକ ଏହାର ନିର୍ମାଣ ଏବଂ ଅଭିନେତାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି।’

ପୌରାଣିକ ସହିତ ଜଡ଼ିତ ରାମାୟଣରେ ମଧ୍ୟ ପାକିସ୍ତାନର କଥା ଉଲ୍ଲେଖ କରାଯାଇଛି। ପାକିସ୍ତାନର ଲହୋର ଭଗବାନ ରାମ ମାତ ସୀତାଙ୍କ ପୁଅ ଲବ ହିଁ ସ୍ଥାପନ କରିଥିଲେ।

ଲାହୋର ସହରର ପ୍ରାଚୀନ ନାମ ଥିଲା ଲାବପୁର କିମ୍ବା ଲାବପୁରୀ। ହିନ୍ଦୁ ପୌରାଣିକ କାହାଣୀ ଅନୁସାରେ, ଏହି ନାମ ଭଗବାନ ରାମଙ୍କ ପୁତ୍ର ଲବଙ୍କ ସହିତ ଜଡିତ, ଯିଏ ଏହି ସହର ପ୍ରତିଷ୍ଠା କରିଥିଲେ ବୋଲି କୁହାଯାଉଛି। କିଛି ବିଶ୍ୱାସ ଅନୁସାରେ, ଏହି ସହରକୁ “ଲୋହାବର” ମଧ୍ୟ ନାମିତ କରାଯାଇଥିଲା, ଯାହା ଲବଙ୍କ ନାମରୁ ଆସିଛି।