fbpx

ପଲକ-ମିଥୁନ: ଆସନ୍ତା ମାସରେ ଆରମ୍ଭ ହେବ ଆମର ନୂଆ ଇନିଂସ

ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଦୁନିଆରୁ ଆସିଛି ଏକ ତାଜା ଖବର । ବଲିଉଡର ଜଣାଶୁଣା ଗାୟିକା ତଥା ମ୍ୟୁଜିକ କମ୍ପୋଜର ପଲକ ମଚ୍ଛଲ ଖୁବଶୀଘ୍ର ହାତକୁ ଦି’ ହାତ ହେବାକୁ ଯାଉଛନ୍ତି । ଆସନ୍ତା ନଭେମ୍ବର ମାସ ପ୍ରଥମ ସପ୍ତାହରେ ସେ ବିବାହ ବନ୍ଧନରେ ବାନ୍ଧି ହେବେ । ତେବେ ପଲକଙ୍କର ସ୍ୱପ୍ନର ରାଜକୁମାର କିଏ ଜାଣନ୍ତି କି?

ଖବର ମୁତାବକ, ବଲିଉଡର ଅନ୍ୟତମ ମ୍ୟୁଜିକ କମ୍ପୋଜର ମିଥୁନଙ୍କ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ପଲକ । ସଙ୍ଗୀତ ଜଗତର ଦୁଇ ତାରକା ନିଜ ନିଜ କ୍ୟାରିୟରରେ ସଫଳତାର ସ୍ୱାଦ ଚାଖି ସାରିଥିବା ବେଳେ କିଛି ବର୍ଷ ହେଲା ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ । ଆସନ୍ତା ୪ ତାରିଖରୁ ବିବାହର ରୀତିନୀତି ଆରମ୍ଭ ହେବା ସହ ୬ ତାରିଖରେ ଦୁଇ ତାରକା ପରସ୍ପରକୁ ଜୀବନସାଥୀ ଭାବେ ବାଛିନେବେ ।

୪ରୁ ୬ ତାରିଖ ମଧ୍ୟରେ ହଳଦୀ, ସଙ୍ଗୀତ ଓ ମେହନ୍ଦୀ ଉତ୍ସବର ଆୟୋଜନ ହେବ । ପଲକ ଓ ମିଥୁନଙ୍କ ବିବାହ ଉତ୍ସବରେ ଉଭୟଙ୍କର ପରିବାର ସଦସ୍ୟ ଓ କିଛି ନିକଟ ସମ୍ପର୍କୀୟ ସାମିଲ ହେବେ । ଦୁଇ ପରିବାରଙ୍କ ସହମତିରେ ଏହି ବିବାହ ହେଉଛି । ପଲକ ଇନ୍ଦୋରର ବାସିନ୍ଦା ହୋଇଥିବା ବେଳେ ମିଥୁନ ଏକ ବଲିଉଡ ମ୍ୟୁଜିକ ପରିବାରରୁ ଆସିଛନ୍ତି । ତେବେ ଦୁହେଁ ଆରେଞ୍ଜ ମ୍ୟାରେଜ କରିବାକୁ ଯାଉଥିବା ଖବର ଶୁଣାଯାଉଛି ।

Get real time updates directly on you device, subscribe now.