fbpx

ଆୟକର ବିଭାଗର ଚେତାବନୀ: ୩୦ ସୁଦ୍ଧା ପାନ୍ ଆଧାର ଲିଙ୍କ ନ କଲେ ପାଇବେନି ସରକାରୀ ଯୋଜନାର ଲାଭ

ନୂଆଦିଲ୍ଲୀ:ଆମ ଦେଶରେ ପାନ୍ କାର୍ଡ ଓ ଆଧାର କାର୍ଡର ଗୁରୁତ୍ୱ ସର୍ବାଧିକ ରହିଛି । ଏହା କେବଳ ଏକ ପରିଚୟ ପତ୍ର ନୁହେଁ ବରଂ ଏହାର ଉପଯୋଗ ସମସ୍ତ ଆର୍ଥିକ କାରବାର ଯେପରିକି ଆୟକର ଓ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇବାକୁ ନିହାତି ଆବଶ୍ୟକ ପଡିଥାଏ । ସବୁ ପ୍ରକାର ଆର୍ଥିକ କାର୍ଯ୍ୟ ଲାଗି ପାନ୍ କାର୍ଡର ଆବଶ୍ୟକ ରହିଛି । ଇନକମ୍ ଟ୍ୟାକ୍ସ ଦାଖଲ ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ଖୋଲିବା , କିମ୍ବା ସଂପତ୍ତି କ୍ରୟ, ସମସ୍ତ କାମ ଲାଗି ପାନ୍ କାର୍ଡର ଆବଶ୍ୟକତା ରହିଛି ।
ଯଦି ଆପଣ ପାନ୍ ଓ ଆଧାର ଲିଙ୍କ କରୁ ନାହାନ୍ତି ତେବେ ୩୦ ଜୁନ୍ ସୁଦ୍ଧା ଏହି କାମ କରି ନିଅନ୍ତୁ । ଅନ୍ୟଥା ଏହା ପରେ ଆପଣ ସମସ୍ୟାରେ ପଡିଯିବେ । ଏହି ସମ୍ବନ୍ଧରେ ଆୟକର ବିଭାଗ ଟୁଇଟ୍ କରି ଜନସାଧାରଣଙ୍କୁ ସତର୍କ କରିଦେଇଛି । ପ୍ୟାନ୍ କାର୍ଡ ଧାରକ ୩୦ ଜୁନ୍ ୨୦୨୩ ସୁଦ୍ଧା ପାନ୍ କାର୍ଡ ସହିତ ଆଧାର କାର୍ଡ ଲିଙ୍କ କରାଇପାରିବେ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଇନକମ୍ ଟ୍ୟାକ୍ସ ଆକ୍ଟ ୧୯୬୧ ଅନୁଯାୟୀ ଦେଶର ସେହି ସମସ୍ତ ନାଗରିକ ଯେଉଁମାନଙ୍କୁ ୧ ଜୁଲାଇ ୨୦୧୭ରୁ ପାନ କାର୍ଡ ପ୍ରଦାନ କରାଯାଇଛି ସେମାନେ ପାନ୍ ସହିତ ଆଧାର ଲିଙ୍କ କରିବା ଅନିବାର୍ଯ୍ୟ । ଏହି ଡେଡ୍ଲାଇନ୍ ୩୦ ଜୁନ୍, ୨୦୨୩ରେ ଶେଷ ହେବାକୁ ଯାଉଛି । ଯଦି ଆପଣ ଏହି ସମୟ ସୁଦ୍ଧା ପାନ୍ ଆଧାର ଲିଙ୍କ କରାଉନାହାନ୍ତି ତେବେ ଏପରି ସ୍ଥିତିରେ ଆପଣଙ୍କ ପାନ୍ କାର୍ଡ ଇନଭ୍ୟାଲିଡ୍ ଅର୍ଥାତ୍ ଅକାମୀ ହୋଇଯିବ । ଏହାଦ୍ୱାରା ଆପଣଙ୍କୁ ଆର୍ଥିକ କ୍ଷତି ବି ସହିବାକୁ ପଡିବ । ବିନା ପାନ୍ କାର୍ଡରେ ଆପଣ ଇନକମ୍ ଟ୍ୟାକ୍ସ ଭରି ପାରିବେ ନାହିଁ । ଯଦି ଆପଣ ସେୟାର ମାର୍କେଟ୍ ଓ ମ୍ୟୁଚୁୁଆଲ୍ ଫଣ୍ଡରେ ନିବେଶ କରୁଛନ୍ତି ତେବେ ସେଠାରେ ମଧ୍ୟ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିବ । ଏହା ବ୍ୟତିତ ପାନ୍ କାର୍ଡ ଇନଭ୍ୟାଲିଡ୍ ହୋଇଗଲେ ଆପଣଙ୍କୁ ଟ୍ୟାକ୍ସ ବେନିଫିଟ୍ କିମ୍ବା କ୍ରେଡିଟ୍ ପରି ଲାଭ ମିଳିବ ନାହିଁ ଓ ବ୍ୟାଙ୍କରୁ ଲୋନ୍ ମଧ୍ୟ ନେଇପାରିବେ ନାହିଁ ।

Get real time updates directly on you device, subscribe now.