କର୍ପୋରେଟ୍ ଚାକିରିଠୁ ବି ଅଧିକ ଆଦାୟ! ଗୁପଚୁପ୍ ବିକି ବର୍ଷକୁ Income 40 ଲକ୍ଷ, ଘରକୁ ଆସିଲା GST ନୋଟିସ୍
୨୦୨୩-୨୪ ବର୍ଷରେ ଜଣେ ଗୁପଚୁପ ବ୍ୟବସାୟୀ କଲେ 40 ଲକ୍ଷର କାରବାର । ଘରକୁ ଆସିଗଲା ନୋଟିସ ।
ନୂଆଦିଲ୍ଲୀ: ତାମିଲନାଡୁର ଜଣେ ଗୁପଚୁପ୍ ବିକ୍ରେତାଙ୍କୁ GST ପକ୍ଷରୁ ଏକ ନୋଟିସ୍ ପଠାଯାଇଛି । 2023-24 ଆର୍ଥିକ ବର୍ଷରେ ଡିଜିଟାଲ୍ ମାଧ୍ୟମରେ ପ୍ରାୟ 40 ଲକ୍ଷ ରୋଜଗାର କରିଥିଲେ ।
ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇ ରହିଛି । GST ଆଇନ ଅନୁଯାୟୀ, ବାର୍ଷିକ 40 ଲକ୍ଷରୁ ଅଧିକ କାରବାର କରୁଥିବା ବ୍ୟବସାୟଗୁଡ଼ିକୁ GST ପଞ୍ଜିକରଣ କରିବାକୁ ପଡିବ । ତେଣୁ ଗୁପଚୁପ ଦୋକାନୀକୁ ଜିଏସଟି ନୋଟିସ୍ ଜାରି କରାଯାଇଛି ।
ଡିଜିଟାଲ ପେମେଣ୍ଟ ପାଇଁ ଫସିଲେ ଗୁପଚୁପ ବେପାରୀ- ରିପୋର୍ଟ ଅନୁସାରେ, ଏହି ପାଣି ପୁରୀ ବିକ୍ରେତାଙ୍କୁ ଡିସେମ୍ବର 17, 2024 ରେ ତାମିଲନାଡୁ ସାମଗ୍ରୀ ଏବଂ ସେବା ଟିକସ ଆଇନ ଏବଂ କେନ୍ଦ୍ରୀୟ GST ଆଇନ ଅନୁଯାୟୀ ସମନ ଜାରି କରାଯାଇଥିଲା।
ଅଧିକାରୀମାନେ ବିକ୍ରେତାଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହୋଇ ଗତ ତିନି ବର୍ଷର ଆର୍ଥିକ ଡକ୍ୟୁମେଣ୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡିଜିଟାଲ କାରବାର ବଡ଼ ପ୍ରମାଣ ବୋଲି କୁହାଯାଇଛି ।
କର୍ପୋରେଟ୍ ଚାକିରି ଠାରୁ ଅଧିକ ବେପାର- ଏହି ଘଟଣା ପରେ, ଇଣ୍ଟରନେଟରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଅନେକ କହିଥିଲେ ଯେ 40 ଲକ୍ଷ ଟଙ୍କା କେବଳ ପ୍ରାପ୍ତ ପରିମାଣ, ନିଟ୍ ଲାଭ ନୁହେଁ । ଜଣେ ୟୁଜର୍ସ ଲେଖିଛନ୍ତି, “୪୦ ଲକ୍ଷ ସେମାନଙ୍କର ମୋଟ ବିକ୍ରୟ, ଏଥିରୁ ସାମଗ୍ରୀ, ଶ୍ରମ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାଦ ଦେବା ପରେ ହିଁ ପ୍ରକୃତ ଲାଭ ଜଣାପଡିବ।”
ସେହି ସମୟରେ, କିଛି ଲୋକ ଅନୁମାନ କରିଥିଲେ ଯେ ଯଦି ଡିଜିଟାଲ ପେମେଣ୍ଟ 40 ଲକ୍ଷ ଟଙ୍କା ହୁଏ, ତେବେ ନଗଦ ପେମେଣ୍ଟ ମଧ୍ୟ ବିପୁଳ ପରିମାଣରେ ହେବ । ଜଣେ ବ୍ୟବହାରକାରୀ କହିଛନ୍ତି, “ଯଦି ୫୦% ଗ୍ରାହକ ନଗଦରେ ପେମେଣ୍ଟ କରୁଛନ୍ତି, ତେବେ ସେମାନଙ୍କର ମୋଟ ରୋଜଗାର ₹୬୦ ଲକ୍ଷରୁ ଅଧିକ ହୋଇପାରେ। “