୨୮ରେ ୭ ଗ୍ରହଙ୍କ ପରେଡ: ଖାଲି ଆଖିରେ ଦେଖିହେବ ବିରଳ ମହାଜାଗତିକ ଦୃଶ୍ୟ
୨୦୪୦ ପର୍ଯ୍ୟନ୍ତ ଆଉ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ନାହିଁ
ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ମହାକାଶରେ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ୭ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ ଏବଂ ନେପ୍ଚୁନ୍ ଗୋଟିଏ ଧାଡ଼ିରେ ଆସିବେ।
ଗ୍ରହମାନଙ୍କ ଏଭଳି ସଂଯୋଗକୁ ‘ପ୍ଲାନେଟ ପରେଡ’ କୁହାଯାଉଛି। ଏହି ଦୃଶ୍ୟକୁ ଲୋକେ ଖାଲି ଆଖିରେ ମଧ୍ୟ ଦେଖିପାରିବେ।
୫ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି ଖାଲି ଆଖିରେ ଦେଖାଯିବେ। କିନ୍ତୁ ୟୁରେନ୍ସ ଏବଂ ନେପ୍ଚୁନ୍କୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ଟେଲିସ୍କୋପ ବ୍ୟବହାର କରିବାକୁ ପଡିବ।
ଗୋଧୂଳି ସମୟରେ କିମ୍ବା ସୂର୍ଯ୍ୟାସ୍ତରୁ ୪୫ ମିନିଟ ଭିତରେ ଏହି ଦୃଶ୍ୟ ସର୍ବାଧିକ ଦୃଶ୍ୟମାନ ହେବ। ଏହା ପରେ ୨୦୪୦ ପର୍ଯ୍ୟନ୍ତ ଆଉ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ନାହିଁ।