fbpx

ବିଶ୍ୱର ନଂ-୧ ଶୁଟର ହେଲେ ପାରା ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅବନୀ ଲେଖରା

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତର ତାରକା ସୁଟର ତଥା ଟୋକିଓ ପାରା ଅଲିମ୍ପିକ୍ ଚାମ୍ପିଅନ୍ ଅବନୀ ଲେଖରା ବିଶ୍ୱ ମାନ୍ୟତାର ଦୁଇଟି ବର୍ଗରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସର୍ବଶେଷ ର଼୍ୟାଙ୍କିଙ୍ଗ୍ ଅନୁଯାୟୀ, ଅବନୀ ଆର୨ – ୧୦ଏମ ଏୟାର ରାଇଫଲ୍ ମହିଳା ଏସଏଚ୧ ଏବଂ ଆର୮ – ୫୦ଏମ୍ ରାଇଫଲ୍ ୩ ପୋଜିସନରେ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ମଙ୍ଗଳବାର ଅବନୀ ଟ୍ୱିଟ୍ କରି କହିଛନ୍ତି, ଆର୨ – ୧୦ଏମ ଏୟାର ରାଇଫଲ୍ ମହିଳା ଏସଏଚ୧ ଏବଂ ଆର୮ – ୫୦ଏମ୍ ରାଇଫଲ୍ ୩ ପୋଜିସନରେ ଏକ ନମ୍ବର ସ୍ଥନରେ ପହଞ୍ଚି ବହୁତ ଖୁସି ଅଛନ୍ତି। ଏହି ଉପଲବ୍ଧି ତାଙ୍କୁ ପ୍ରେରଣା ଯୋଗାଇବ। ୨୦ ବର୍ଷିୟ ଅବନୀ ଗତବର୍ଷ ଟୋକିଓ ପାରା ଅଲମ୍ପିକ୍ସରେ ଦୁଇଟି ପଦକ ଜିତି ଭାରତର ପ୍ରଥମ ମହିଳା ଖେଳାଳି ଭାବରେ ଏଇ ଇତିହାସ ରଚିଥିଲେ।

ଅବନୀ ୧୦ ମିଟର ଏୟାର ରାଇଫଲ ଏସ୍ଏଚ୍୧ ଇଭେଣ୍ଟରେ ସ୍ୱର୍ଣ୍ଣ ଏବଂ ୫୦ ମିଟର ରାଇଫଲ ୩ ପୋଜିସନରେ ଏସ୍ଏଚ୍୧ ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ପାରାଲିମ୍ପିକ୍ ସ୍ୱର୍ଣ୍ଣ ଜିତିବାରେ ଅବାନୀ ମଧ୍ୟ ପ୍ରଥମ ଭାରତୀୟ ମହିଳା। ତାଙ୍କୁ ୨୦୨୧ ମସିହାରେ ସମ୍ମାନଜନକ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଟୋକିଓରେ ତାଙ୍କର ଐତିହାସିକ ବିଜୟ ପରେ, ଲେଖରା ଚଳିତ ମାସ ଆରମ୍ଭରେ ଫ୍ରାନ୍ସର ଚାଟୋରକ୍ସରେ ପାରା ଶୁଟିଂ ବିଶ୍ୱକପକୁ ଫେରିଥିଲେ ଏବଂ ଏମ୨ – ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସ୍ଏଚ୍୧ ରେ ବିଶ୍ୱ ରେକର୍ଡ ସ୍କୋର ୨୫୦.୬ ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ।

 

Get real time updates directly on you device, subscribe now.