fbpx

Video: ଝିଅ ପ୍ରେମକରି ବାହାହେଲା,ସେପଟେ ବାପା-ବୋଉ ଫଟୋରେ ଫୁଲ ମାଳ ଦେଇ ପାଇଁ ପିଣ୍ଡ ପକାଉଛନ୍ତି

କେନ୍ଦ୍ରାପଡା: ଏପଟେ ବାହାଘର, ସେପଟେ ଶୁଦ୍ଧିଘର । ଏପଟେ ହାତଗଣ୍ଠି, ସେପଟେ ପିଣ୍ଡଦାନ । ଏପଟେ ବାହା ହେଉଛି ଝିଅ । ଝିଅ ପ୍ରେମ କରି ବାହାହେଲା । ବାପଘରେ ଫଟୋରେ ମାଳ ଚଢିଲା। ସମ୍ପର୍କର ଏକ ଏଭଳି ରୂପ ସାମନାକୁ ଆସିଛି ଯାହାକୁ ଦେଖିବା ପରେ ଆପଣ ବି ଦ୍ୱନ୍ଦ୍ୱରେ ପଡିଯିବେ । ଗୋଟିଏ ପଟେ ଝିଅ ତା ପ୍ରେମିକକୁ ବେଦୀରେ ବସି ବାହାହେଉଛି । ଆଉ ଅନ୍ୟପଟେ ଝିଅର ବାପଘର ଲୋକେ ରାଗରେ ଶୁଦ୍ଧି ହେଉଛନ୍ତି ।

ପରିବାରର ଇଚ୍ଛା ବିରୋଧରେ ଝିଅ ପ୍ରେମ କରି ବାହାହେଲା ବୋଲି ତା ଫଟୋରେ ବାପା ମାଆ ମାଳ ଚଢାଇଛନ୍ତି । ଖାଲି ସେତିକି ନୁହେଁ, ସେପଟେ ଝିଅର ଶାଶୂଘରେ ବାହାଘର ଭୋଜି ଚାଲିଥିବା ବେଳେ ଏପଟେ ବାପା ମାଆ ନିଜ ବଞ୍ଚିଥିବା ଝିଅ ପାଇଁ ପିଣ୍ଡ ପକାଉଛନ୍ତି । ହଁ ଆଜ୍ଞା, ଏ ଘଟଣା ହେଉଛି କେନ୍ଦ୍ରାପଡା ଆଳି ସଦର ଅଞ୍ଚଳର । ବାସ୍ତବ ମଳିକଙ୍କ ଝିଅ ଦୀପାଞ୍ଜଳି ସେହି ଅଞ୍ଚଳର ଅନନ୍ତ ମଳିକଙ୍କ ପୁଅ ବାବୁଆଙ୍କୁ ପ୍ରେମ କରୁଥିଲେ । ଆଉ ବାହା ହେବାକୁ ଚାହୁଁଥିଲେ । ହେଲେ ଏଥିରେ ସ୍ୱୀକୃତି ଦେଇନଥିଲେ ଦୀପାଞ୍ଜଳିଙ୍କ ପରିବାର ଲୋକେ । ଆଉ ଶେଷରେ ନିଜ ପ୍ରେମକୁ ସଫଳ କରିବା ପାଇଁ ଦୀର୍ଘ ବର୍ଷର ସମ୍ପର୍କକୁ ପଛରେ ପକାଇ ଦେଇ ଘରୁ ଗୋଡ କାଢିଥିଲା ଝିଅ ।

ନିଜ ପ୍ରେମିକର ଘରେ ପହଞ୍ଚିବା ପରେ ସେଠାରେ ପୁଅ ଘର ଲୋକେ ଉଭୟଙ୍କୁ ବାହାଘର କରିଛନ୍ତି । ଆଉ ଝିଅର ଏପରି ନିଷ୍ପତ୍ତିରେ ଆଘାତ ପାଇଥିବା ବାପା ମାଆ ନେଇଛନ୍ତି ଏଭଳି ଏକ ନିଷ୍ପତ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଝିଅ ତାଙ୍କ ପାଇଁ ସବୁଦିନ ପାଇଁ ମରିଯାଇଛି କହିବା ସହ ତାର ଶୁଦ୍ଧିକ୍ରିୟା କରିଛନ୍ତି । ସେପଟେ ତାଙ୍କ ଘର ଠାରୁ ମାତ୍ର ୨ ଶହ ମିଟର ଦୂରରେ ପ୍ରେମିକର ହାତ ଧରି ଝିଅ ବେଦୀରେ ବସିଥିବା ବେଳେ ଏପଟେ ଝିଅ ପାଇଁ ପିଣ୍ଡ ପକାଉଛନ୍ତି ଦୀପାଞ୍ଜଳିଙ୍କ ବାପା ମାଆ । ଝିଅର ଫଟୋରେ ଫୁଲମାଳ ପକାଇ ବନ୍ଧୁବାନ୍ଧବଙ୍କୁ ଡାକି ଶୁଦ୍ଧି ହୋଇଛନ୍ତି ।

Get real time updates directly on you device, subscribe now.