fbpx

ପିଲାଙ୍କୁ Play Schoolରେ ଆଡମିଶନ କରାଇବା ପୂର୍ବରୁ ମାତା ପିତା ଧ୍ୟାନ ଦିଅନ୍ତୁ ଏହି କଥା

ଓଡ଼ିଶା ଭାସ୍କର: ବାଲ୍ୟକାଳ ହେଉଛି ଜୀବନର ଏକ ଗରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏହି ସମୟରେ ପିଲାଙ୍କ ମନ କୋମଳ ଥିବାରୁ ସେମାନଙ୍କ ମଧ୍ୟରେ ଉତ୍ତମ ସଂସ୍କାର ଅଙ୍କୁର ରୋପଣ କରିବା ସହଜ ହୋଇଥାଏ । ଏହି ସମୟରେ ପିଲାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅଧିକାଂଶ ମାତା ପିତା ୨ରୁ ୩ ବର୍ଷ ମଧ୍ୟରେ ପିଲାଙ୍କୁ ପ୍ଲେ ସ୍କୁଲରେ ଆଡମିଶନ କରାଇଥାନ୍ତି । ଏହା ଦ୍ୱାରା ପିଲାଙ୍କୁ ସୋସିଆଲ ଏକ୍ସପୋଜର ମିଳିଥାଏ । ଖେଳ ଖେଳରେ ଅନେକ ନୂଆ ନୂଆ ଜିନିଷ ଜାଣିବାକୁ ପାଇଥାନ୍ତି । ତେବେ ପିଲାଙ୍କ ସୁରକ୍ଷା, ମାନସିକ ବିକାଶ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ଲେ ସ୍କୁଲରେ ଆଡମିଶନ କରାଇବା ପୂର୍ବରୁ ମାତା ପିତାଙ୍କୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ ।

୧. ରେପୁଟେସନ୍: କୌଣସି ପ୍ଲେ ସ୍କୁଲରେ ଆଡମିଶନ କରାଇବା ପୂର୍ବରୁ ମାତା ପିତା କିମ୍ବା ଅବିଭାବକଙ୍କୁ ସ୍କୁଲର ରେପୁଟେସନ୍ ବିଷୟରେ ପ୍ରାକ୍ ସୂଚନା ରହିବା ଆବଶ୍ୟକ । ଆପଣ ଚାହିଁଲେ ଉକ୍ତ ସ୍କୁଲ ୱେବସାଇଟ୍, ସାଙ୍ଗସାଥି କିମ୍ବା ବନ୍ଧୁବାନ୍ଧବଙ୍କ ସାହାଯ୍ୟ ନେଇ ପାରିବେ । ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ଅଧିକାରୀଙ୍କ ଠାରୁ ପ୍ରମାଣପତ୍ର ପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ଏବଂ ସୁରକ୍ଷା ମାନଦଣ୍ଡ ପାଳନ କରିଥାନ୍ତି ।

୨. ଅଭିଜ୍ଞ ଷ୍ଟାଫ୍: ପ୍ଲେ ସ୍କୁଲରେ ପିଲାଙ୍କ ଉପରେ ଶିକ୍ଷକଙ୍କ ସର୍ବାଧିକ ପ୍ରଭାବ ପଡ଼ିଥାଏ । ମାତା ପିତାଙ୍କ ଅନୁପସ୍ଥିତିରେ ସେମାନଙ୍କୁ ଉପରେ ପିଲାଙ୍କ ଦାୟିତ୍ୱ ଥାଏ । ଛୋଟ ପିଲାଙ୍କୁ ବୁଝିପାରୁଥିବା ଏବଂ ବୁଝାଇପାରୁଥିବା ଭଳି ଅଭିଜ୍ଞ ଷ୍ଟାଫ୍ ଜରୁରୀ ।

୩. ସୁରକ୍ଷିତ ବାତାବରଣ: ପିଲାଙ୍କ ସୁରକ୍ଷା ମାତା ପିତାଙ୍କ ପ୍ରାଥମିକ ଦାୟିତ୍ୱ । ସ୍କୁଲରେ ଫ୍ରେଣ୍ଡଲି ଷ୍ଟାଫ୍, ଫାଷ୍ଟ ଏଡ୍ ସୁବିଧା, ଟଏଲେଟ୍, ଖେଳିବା ସ୍ଥାନ କେତେ ସୁରକ୍ଷିତ, ସିସିଟିଭି ଇତ୍ୟାଦି ବିଷୟରେ ମାତା ପିତାଙ୍କୁ ତଦାରଖ କରିବାକୁ ପଡ଼ିବ ।

୪. ପାଠପଢ଼ା ଶୈଳୀ: ପ୍ରତ୍ୟେକ ସ୍କୁଲରେ ପାଠପଢ଼ା ଶୈଳୀ ଭିନ୍ନ ଥାଏ । ସ୍କୁଲରେ ବିଭିନ୍ନ ପ୍ରକାର ପିଲା ଆସିଥାନ୍ତି । କିଏ ଶୀଘ୍ର ଶିଖିଯାଏ ତ ଆଉ କିଏ ଟିକିଏ ବିଳମ୍ବରେ ପାଠ ଧରିଥାଏ । ଏହା ଆଧାରରେ ପିଲାଙ୍କୁ ଶିଖାଇବାର ପ୍ରକ୍ରିୟା ମଧ୍ୟ ଭିନ୍ନ ଥାଏ । ତେଣୁ ପିଲାଙ୍କ ହିସାବରେ ଶିକ୍ଷାଦାନ କରିବା ଉପରେ ପ୍ଲେ ସ୍କୁଲ ଏବଂ ଶିକ୍ଷକଙ୍କୁ ଗୁରୁତ୍ୱାରୋପ କରିବା ଉଚିିତ । ଏହା ଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ ।

୫. ସ୍ୱଚ୍ଛତା: ଛୋଟ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ସେମାନଙ୍କୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ପ୍ରଥମ କଥା ହେଲା ଉକ୍ତ ପ୍ଲେ ସ୍କୁଲ ସ୍ୱଚ୍ଛତା ଉପରେ କେତେ ଗୁରୁତ୍ୱ ଦେଉଛନ୍ତି । ସ୍ୱଚ୍ଛ ବାତାବରଣ ପିଲାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.