fbpx

ପରୀକୁ ମିଳିବ ନ୍ୟାୟ: ଏସଆଇଟି ଅଭିଯୁକ୍ତଙ୍କୁ କଲା ଚିହ୍ନଟ

ନୟାଗଡ଼, ୧୬ା୧୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ଶିଶୁକନ୍ୟା ପରି ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ପୂର୍ବରୁ ପରୀକୁ ହତ୍ୟା କରାଯାଇଥିବା ଚର୍ଚ୍ଚା ଚାଲିଥିଲେ ମଧ୍ୟ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ଆଜି ଜଣାପଡ଼ିଛି । ଏନେଇ ଆଜି କ୍ରାଇମବ୍ରାଞ୍ଚ ଏସଆଇଟି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛି ।

ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମତାବକ, ଶିଶୁକନ୍ୟା ପରୀକୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି । ତେବେ ଉକ୍ତ ମାମଲାର ଅଭିଯୁକ୍ତ ଯଦୁପୁର ଗାଁର ବୋଲି ଜଣାପଡ଼ିଛି । ସେହି ଗାଁର ଜଣେ ଯୁବକ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ଯୁବକକୁ ଏସଆଇଟି ଚିହ୍ନଟ କରିସାରିଛି । ତଦନ୍ତରେ ମିଳିଥିବା ପୋଷାକରୁ ସିମେନର ଷ୍ଟେନ ମିଳିଛି । ପରୀର ମୃତଦେହ ଉଲଗ୍ନ ଅବସ୍ଥାରେ ମିଳିଥିଲା । ଏସଆଇଟିର ଏହି ରିପୋର୍ଟ ପରେ ଖୁବଶୀଘ୍ର ଅଭିଯୁକ୍ତ ଧରାପଡ଼ିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.