fbpx

ପଦଯାତ୍ରା କରି ନୂଆ ସଂସଦ ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଉପସ୍ଥାପନ ହେବ ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେଶନର ଆଜି ଦ୍ୱିତୀୟ ଦିନ । ସେଣ୍ଟାଲ ହଲ୍ କାର୍ଯ୍ୟକ୍ରମରେ ମୋଦୀ ସମ୍ବୋଧିତ କରିବା ସହ ଏବେ ପୁରୁଣା ସଂସଦ ଭବନ ସମ୍ବିଧାନ ସଦନ ଭାବରେ ପରିଚିତ ହେବ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମସ୍ତ ସାଂସଦ ନୂଆ କୋଠାକୁ ଯାଇଥିଲେ ।

ଆଜିର ଦିନ ଏକ ଐତିହାସିକ ଦିନ ପାଲଟି ଯାଇଛି । ଆଜି ଠାରୁ ହିଁ ନୂଆ ସଂସଦ ଭବନରେ କାର୍ଯ୍ୟବାହୀ ଆରମ୍ଭ ହୋଇଯାଇଛି । ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରାଯିବ । ଏହା ବ୍ୟତିତ ରାହୁଲ ଗାନ୍ଧୀ ଓ ଅଧୀର ରଞ୍ଜନ ଚୌଧୁରୀଙ୍କ ସହିତ ବିରୋଧୀ ଦଳର ସମସ୍ତ ସାଂସଦ ମଧ୍ୟ ନୂଆ ସଂସଦ ଭବନ ପହଞ୍ଚିଛନ୍ତି ।

Get real time updates directly on you device, subscribe now.