Breaking: ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ତଳେ ଫସିଛନ୍ତି ଡ଼ଜନେ ଶ୍ରମିକ

କନୌଜ ରେଳ ଷ୍ଟେସନରେ ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡିଛି । ଉଦ୍ଧାରକାର୍ଯ୍ୟ ଜାରି ।

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଦୁର୍ଘଟଣା । କନୌଜ ରେଳ ଷ୍ଟେସନରେ ଭୁଶୁଡିଲା ନିର୍ମାଣଧୀନ କୋଠା । ଅନେକ ଶ୍ରମିକ ଚାପି ହୋଇ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 12 ଜଣଙ୍କୁ ଉଦ୍ଧାର କରାଯାଇଛି ।

କାମ ଚାଲିଥିବା ବେଳେ ଭୁଶୁଡିପଡିଲା-   ସୂଚନା ଅନୁସାରେ, କନୌଜ ରେଲୱେ ଷ୍ଟେସନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିଲା । ଦୁଇମହଲା ବିଶିଷ୍ଚ କୋଠା ନିର୍ମାଣ ବେଳେ କୋଠାଟି ହଠାତ୍ ଭୁଶୁଡି ପଡିଥିଲା   । ସେହି ସ୍ଥାନରେ ସମୁଦାୟ 35 ଜଣ ଶ୍ରମିକ ରହିଥିଲେ ।

ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ସମେତ ଏନଡିଆରଏଫ୍, ଏସଡିଆରଏଫ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶ୍ରମିକଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ- ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ଉଦ୍ଧାର କାର୍ଯ୍ୟ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।