ହଠାତ୍ ବାତିଲ୍ ହେଲା ଏୟାର ଇଣ୍ଡିଆ ବିମାନ, ରାଗିଯାଇ ହଙ୍ଗାମା କଲେ ଯାତ୍ରୀ

ବିଳମ୍ୱିତ ରାତିରେ ବିମାନ ବନ୍ଦରରେ ଯାତ୍ରୀଙ୍କ ହୋ ହଲ୍ଲା।

ଗୌହାଟୀ: ହଠାତ୍ ବାତିଲ୍ ହେଲା ଏୟାର ଇଣ୍ଡିଆ ବିମାନ। ରାଗିଗଲେ ଯାତ୍ରୀ। ଏହା ପରେ ରାତ୍ରି ପ୍ରାୟ ୧୧ଟାରେ ବିମାନବନ୍ଦରରେ ଉତ୍ତ୍ୟକ୍ତ ଲୋକମାନେ ହଙ୍ଗାମା କରିବା ଆରମ୍ଭ କରିଦେଇଥିଲେ।

ତେବେ ଆସାମର ଗୌହାଟି ବିମାନବନ୍ଦରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଅଭିଯୋଗ ହୋଇଛି ଯେ ଏୟାର ଇଣ୍ଡିଆ କୌଣସି ସୂଚନା ନ ଦେଇ ହଠାତ୍ ହାଇଦ୍ରାବାଦ ଯାଉଥିବା ବିମାନକୁ ବାତିଲ କରିଦେଇଥିଲା। ଏହାପରେ ଉତ୍ୟକ୍ତ ଲୋକ ହୋ ହଲ୍ଲା କରିବା ଆରମ୍ଭ କରିଦେଇଥିଲେ।

ବିମାନ ବାତିଲ୍: ନିକଟରେ ଏୟାର ଇଣ୍ଡିଆ ବିମାନ ଅହମ୍ମଦାବାଦରେ ଦୁର୍ଘଟଣା ହେବା ବୋମା ଧମକ ମିଳିବା, ଆଉ ଏବେ ହଠାତ୍ ବିମାନ ବାତିଲ୍ କରିବା। ଯାହାକୁ ଏୟାର ଇଣ୍ଡିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଗୌହାଟିରୁ କୋଲକାତା ଯାଉଥିବା ବିମାନ ମଧ୍ୟ ୨ ଘଣ୍ଟା ବିଳମ୍ବ ହେବା ପରେ ଯାତ୍ରୀମାନଙ୍କ କ୍ରୋଧ ଆହୁରି ବୃଦ୍ଧି ପାଇଥିଲା। ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ପ୍ରସ୍ତାବ ଦେଇଥିଲା କିନ୍ତୁ ଯାତ୍ରୀମାନେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ହାଇଦ୍ରାବାଦ ନେବାକୁ ଜିଦ୍ କରି ବସିଲେ।

ଅସୁସ୍ଥ ପିଲାମାନଙ୍କ ସହିତ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସମେତ ଅନ୍ୟ ଯାତ୍ରୀମାନେ ଏୟାର ଇଣ୍ଡିଆ ବିରୁଦ୍ଧରେ ସ୍ଲୋଗାନ ଦେଇ ସେମାନଙ୍କର କ୍ରୋଧ ପ୍ରକାଶ କରିଥିଲେ।

ହିଣ୍ଡନରୁ ଗୋଆ: ଆପଣଙ୍କୁ ଜଣାଇ ଦେଉଛୁ ଯେ ରବିବାର ସକାଳେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହଠାତ୍ ଉଡ଼ାଣ ବନ୍ଦ ହେବା ପରେ ହିଣ୍ଡନ ବିମାନବନ୍ଦରରୁ ଗୋଆ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ମଧ୍ୟ ବାତିଲ କରାଯାଇଥିଲା।

ଉଡ଼ାଣ ବାତିଲ ହେବା ସୂଚନା ପାଇବା ମାତ୍ରେ ଯାତ୍ରୀମାନେ ବିମାନବନ୍ଦରରେ ହଙ୍ଗାମା କରିବା ଆରମ୍ଭ କରିଦେଇଥିଲେ। ଅନେକ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏୟାର ଇଣ୍ଡିଆକୁ ଟ୍ୟାଗ୍ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଟଙ୍କା ଫେରସ୍ତ ଦାବି କରିଥିଲେ।