ପଟ୍ଟାମୁଣ୍ଡାଇ: ନବମ ଶ୍ରେଣୀ ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପଟ୍ଟାମୁଣ୍ଡାଇଠାରେ ଘଟିଯାଇଛି ଏଭଳି ଘଟଣା। ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ହୋଇଥିବାବେଳେ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ତାଙ୍କ ମୃତଦେହ।
ଏହା ହତ୍ୟା କି ଆତ୍ମହତ୍ୟା, ଯଦି ଆତ୍ମହତ୍ୟା, ତେବେ ଏହାର କାରଣ କଣ ସେସବୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଘରୁ ଉଦ୍ଧାର କରାଯାଇଛି ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି।