fbpx
BJD SKY
BJD SKY

ପେଟିଏମ୍‌ ଓ ରେଳ ବିଭାଗ ଆଣିଲେ ଖୁସି ଖବର: ରେଳଯାତ୍ରା ପାଇଁ ଏଣିକି ଆଗ ଟିକେଟ୍‌, ପରେ ଦେବେ ଟଙ୍କା

BJD

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ପେଟିଏମ୍‌ ଓ ରେଳ ବିଭାଗ ଆଣିଲେ ଖୁସି ଖବର । ଏଣିକି ଆଗ ଟିକେଟ୍‌, ପରେ ଅର୍ଥ ପୈଠ । ଏଣିକି ରେଳଯାତ୍ରା କଲେ ପ୍ରଥମେ ଟିକେଟ୍‌ ବୁକ୍‌ କରି ପରେ ଟଙ୍କା ଦେଇପାରିବେ ଯାତ୍ରୀ । ପୂର୍ବରୁ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିବାକୁ ହେଲେ, ପ୍ରଥମେ ଟଙ୍କା ପୈଠ କରିବାକୁ ପଡ଼ୁଥିଲା । ହେଲେ ଏବେ କିନ୍ତୁ ପ୍ରଥମେ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରି ପରେ ସେଥିପାଇଁ ଅର୍ଥ ପୈଠ କରି ହେବ ।

ପେଟିଏମର ମୂଳ କମ୍ପାନୀ ୱାନ୍‌ ୧୭ କମ୍ୟୁନିକେସନ୍ସ ଲିମିଟେଡ୍‌ ପକ୍ଷରୁ କୁହାଯାଇଛି ଯେ, ଏହାର ସହଯୋଗୀ କମ୍ପାନୀ ପେଟିଏମ୍‌ ପେମେଂଟସ ସର୍ଭିସେସ୍‌ ଲିମିଟେଡ୍‌, ଆଇଆରସିଟିସି ଗ୍ରାହକଙ୍କ ପାଇଁ ପେଟିଏମ୍‌ ପୋଷ୍ଟପେଡ୍‌ ପ୍ରଚଳନ କରିଛି । ଏଥିରେ ‘ବୁକ୍‌ ନାଓ, ପେ ଲେଟର’ ସୁବିଧା ଟିକେଟ୍‌ ବୁକିଂ ନିମନ୍ତେ ରହିଛି । ଆଇଆରସିଟିସି ସହିତ ମିଶି ପ୍ରଚଳନ କରାଯାଇଥିବା ଏହି ଯୋଜନାରେ ପେଟିଏମ୍‌ ବ୍ୟବହାରକାରୀ ଗୋଟିଏ କ୍ଲିକରେ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିପାରିବେ ।ପେଟିଏମ୍‌ ପୋଷ୍ଟପେଡ୍‌ ବ୍ୟବସ୍ଥା ଏହାର ଗ୍ରାହକଙ୍କୁ ୬୦ ହଜାର ଟଙ୍କା ବିନା ସୁଧରେ ଋଣ, ୩୦ ଦିନ ପାଇଁ ଯୋଗାଇ ଦେଉଛି । ଏହାସହ ପେଟିଏମ୍‌ ବ୍ୟବହାରକାରୀଙ୍କୁ ସେମାନେ ମାସକ ମଧ୍ୟରେ ଖର୍ଚ୍ଚ କରିଥିବା ସମସ୍ତ ଖର୍ଚ୍ଚର ହିସାବ ମାସ ଶେଷରେ ଗୋଟିଏ ବିଲରେ ପ୍ରଦାନ କରାଯାଉଛି । ଫଳରେ ବ୍ୟବହାରକାରୀ ଉକ୍ତ ଅର୍ଥ ଥରକରେ ପୈଠ କରିପାରିବେ ଅଥବା ସେମାନଙ୍କୁ ସୁବିଧା ହେଲା ଭଳି ମାସିକ କିସ୍ତିରେ ଦେଇପାରିବେ ।ତେବେ ବର୍ତ୍ତମାନ ସମୟରେ ‘ବାଏ ନାଓ, ପେ ଲେଟର’ ଯୋଜନାର ଗ୍ରାହକଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଛି ।

Get real time updates directly on you device, subscribe now.