fbpx
BSKY
BJD SHG SKY
BJD YOUTH SKY

ଭାରସାମ୍ୟ ହରାଇ ଓଲଟିଲା ପାଇଖାନା ସଫା ଗାଡ଼ି, ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ଚାଳକ ଓ ହେଲ୍ପର

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ ନିକଟ ବରିମୁଣ୍ଡ ଗ୍ରାମ ହନୁମାନ ମନ୍ଦିର ନିକଟରେ  ଏକ ପାଇଖାନା ସଫା ଟାଙ୍କି ଗାଡି ଓଲଟି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ଡ୍ରାଇଭର ଓ ହେଲପର୍‌ । ଘଟଣାରୁ ପ୍ରକାଶ ଯେ ଉକ୍ତ ମଇଳା ସଫା ଟାଙ୍କି ଗାଡିଟି ଉକ୍ତ ଗ୍ରାମ ନିକଟରୁ ପାଇଖାନା ସଫା କରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବରିମୁଣ୍ଡ ହନୁମାନ ମନ୍ଦିର ନିକଟରେ ହଠାତ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ଆସି ରକ୍ତାକ୍ତ ଅବସ୍ଥାରେ ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତଖାନାକୁ ପଠାଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ଗାଡ଼ିଟିକୁ ଜବତ କରିଥିବା ଜଣାପଡିଛି।

Get real time updates directly on you device, subscribe now.