fbpx
BJD SKY
BJD SKY

ପ୍ରେମରେ ଅସଫଳ ହେବାରୁ ଜୀବନ ହାରିଲା ପ୍ରେମିକା, ରକ୍ତରେ ଲେଖାଥିବା ସୁଇସାଇଡ୍ ନୋଟ୍ ଜବତ

BJD

ନୂଆଦିଲ୍ଲୀ: ପ୍ରେମରେ ଅସଫଳ ହେବା ପରେ ଆତ୍ମହତ୍ୟାର ଏକ ମାମଲା ଇନ୍ଦୌରରୁ ଆସିଛି । ଜଣେ ଯୁବତୀ ରକ୍ତରେ ସୁଇସାଇଡ୍ ନୋଟ୍ ଛାଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପ୍ରେମ ସମ୍ବନ୍ଧିତ ଏହି ସୁଇସାଇଡ୍ ନୋଟରେ ଲେଖାରହିଛି କି, ‘ମୁଁ ବଞ୍ଚିଥିବା ଯାଏଁ ତ ତୁମର ହୋଇପାରିଲି ନାହିଁ, କିନ୍ତୁ ମରିବା ପରେ ତୁମ ଉପରେ ମୋର ଅଧିକାର ରହିଛି, ଦୀପକ ।’ ଏଭଳି ଘଟଣା ଇନ୍ଦୌରର ଏରୋଡ୍ରମ ଥାନା ଅଞ୍ଚଳରେ ଘଟିଥିବା ଜଣାପଡିଛି । ନଗୀମ ନଗରରେ ରହୁଥିବା ୨୩ ବର୍ଷୀୟ ଶିବାନୀ ନାମକ ଜଣେ ଯୁବତୀ ଶନିବାର ସନ୍ଧ୍ୟାରେ ଘରେ ଫାଶୀ ଲଗାଇ ଜୀବନ ହାରିଥିଲେ । ଘଟଣା ସମୟରେ ଘରେ କେହି ବି ନଥିଲେ । ଭିତରୁ ରୁମ୍ କରି ଯୁବତୀ ପ୍ରଥମେ ହାତ କାଟିବାକୁ ପ୍ରୟାସ କରିଥିଲେ ।

ମରିବା ପୂର୍ବରୁ ଯୁବତୀ ଜଣକ ରକ୍ତରେ ଏକ ସୁଇସାଇଡ ନୋଟ୍ ଲେଖି ଯାଇଛନ୍ତି । କୁହାଯାଉଛି ଯେ, ଦୀପକ ନାମକ ଜଣେ ବିବାହିତ ଯୁବତଙ୍କୁ ପ୍ରେମ କରି ବସିଥିଲେ ଯୁବତୀ । ସମାଜୀ ବନ୍ଧନକୁ ଛାଡ଼ି ଯୁବକଙ୍କୁ ପାଇବାରେ ଅସଫଳ ହେବାରୁ ସେ ଆତ୍ମହତ୍ୟା କରିଛନ୍ତି । ଅନ୍ୟପଟେ ମୃତ ଯୁବତୀଙ୍କ ପିତା କହିଛନ୍ତି ଯେ, ତାଙ୍କ ଝିଅ ଘରୁ ବାହାରକୁ ବାହାରୁ ନଥିଲେ । ବି.କମର ଫାଇନାଲ ପରୀକ୍ଷା ବି ପାସ୍ କରିଥିଲେ ।

କୁହାଯାଉଛି ଯେ, ଦୀପକ ଯୁବତୀଙ୍କ ସାଙ୍ଗ ଥିଲା । ପ୍ରାୟ ଦେଢ଼ ବର୍ଷ ହେବ ସେ ଘରକୁ ଆସିନଥିଲା । ଯୁବକ ପ୍ରଥମରୁ ବିବାହିତ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଦୀପକ ବିବାହିତ ଥିବା ସହ ୨ ସନ୍ତାନଙ୍କ ପିତା ଥିଲେ । କୁହାଯାଉଛି ଯେ, ଦୀପକଙ୍କ ପତ୍ନୀ ଓ ଯୁବତୀଙ୍କ ମଧ୍ୟରେ କିଛି ଦିନ ତଳେ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ପରିବାର ଲୋକଙ୍କ ପାଖରେ ବି ପହଞ୍ଚିଥିଲା । ଯୁବତୀଙ୍କ ଆତ୍ମହତ୍ୟା ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.