କାମ କଲାନି ପେଟିଏମ୍‌, ଫୋନ୍ ପେ’, ଗୁୁଗୁଲ ପେ’… ହଇରାଣ ହେଲେ ଉପଭୋକ୍ତା

ୟୁପିଆଇ ସେବା ବନ୍ଦ ଥିବାରୁ ଅନେକ ଉପଭୋକ୍ତା ସୋସିଆଲ ମିଡିଆରେ ମଧ୍ୟ ଅଭିଯୋଗ କରିଛନ୍ତି। ଲୋକପ୍ରିୟ ୱେବସାଇଟ୍ ଡାଉନଡିଟେକ୍ଟର ପକ୍ଷରୁ ୟୁପିଆଇ ଡାଉନର ପୃଷ୍ଟି କରାଯାଇଛିତ।

ନୂଆଦିଲ୍ଲୀ: ଗୁଗୁଲ ପେ’, ଫୋନ୍ ପେ, ପେଟିଏମ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର। ପୁଣି ଡାଉନ ହେଲା ୟୁପିଆଇ। ୟୁପିଆଇ କାମ ନକରିବାରୁୁ କୋଟି କୋଟି ଉପଭୋକ୍ତା ଡିଜିଟାଲ୍ ପେମେଣ୍ଟରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ୟୁପିଆଇ ସେବା ବନ୍ଦ ଥିବାରୁ ଅନେକ ଉପଭୋକ୍ତା ସୋସିଆଲ ମିଡିଆରେ ମଧ୍ୟ ଅଭିଯୋଗ କରିଛନ୍ତି। ଲୋକପ୍ରିୟ ୱେବସାଇଟ୍ ଡାଉନଡିଟେକ୍ଟର ପକ୍ଷରୁ ୟୁପିଆଇ ଡାଉନର ପୃଷ୍ଟି କରାଯାଇଛିତ।

ଦ୍ୱିପ୍ରହର ସାଢ଼େ ୧୨ଟାରୁ ୧୮ଶହରୁ ଅଧିକ ୟୁଜର୍ସ ପେଟିଏମ୍‌, ଫୋନ୍ ପେ’, ଗୁୁଗୁଲ ପେ’, ଏବଂ ଏସବିଆଇ ଡିଜିଟାଲ ସର୍ଭିିସ ଡାଉନ ହେବା ନେଇ ଅଭିଯୋଗ କରିଛନ୍ତି।
କେଉଁଥିପାଇଁ ଏହି ସମସ୍ୟା ଉପୁଜିଥିଲା ଏନପିସିଆଇ ଏହାକୁ ନେଇ କୌଣସି ସୂଚନା ଦେଇନାହିଁ।

ୟୁପିଆଇ ଡାଉନ ହେବା କାରଣରୁ କିଣାବିକା, ଅନଲାଇନରେ ଟଙ୍କା ପୈଠ, ଟଙ୍କା ଟ୍ରାନ୍ସଫର କରିବା ସହ ଅନ୍ୟାନ୍ୟ କାମ ମଧ୍ୟ ଠପ ହୋଇଯାଇଛି। ଡାଉନଡିଟେକ୍ଟରଙ୍କ ଅନୁସାରେ ୬୬ ପ୍ରତିଶତ ୟୁଜର୍ସ କହିଛନ୍ତି ଡିଜିଟାଲ ପେମେଣ୍ଟରେ ସମସ୍ୟା ଉପୁଜୁଛି। ୩୪ ପ୍ରତିଶତ ଉପଭୋକ୍ତା କହିଛନ୍ତି ଟଙ୍କା ଟ୍ରାନ୍ସଫର କରିବା ସମସ୍ୟା ହୋଇଛି।

କହିରଖୁଛି ଯେ ଏହା ପ୍ରଥମ ଥର ନୁହେଁ କି ୟୁପିିଆଇ ୟଜର୍ସଙ୍କ ଆଉଟଲେଟ ସାମ୍ନାକୁ ଆସିଛି। ଏହା ପୂର୍ବରୁ ଅନେକ ଥର ଏହି ଭଳି ସମସ୍ୟା ଉପୁଜୁଛି। ନିକଟରେ ୨୬ ମାର୍ଚ୍ଚରେ ମଧ୍ୟ ୟୁପିଆଇ ଡାଉନ ହୋଇଥିଲା। ସେହି ସମୟରେ ଏନପିସିଆଇ ପକ୍ଷରୁ କିଛି ସମୟ ମଧ୍ୟରେ ସମସ୍ୟାର ସମାଧାନନ ହୋଇଯାଇଥିଲା।