fbpx

ବଡ ଖବର; ୭ ବର୍ଷ ପରେ ଭାରତରେ ଖେଳିବ ପାକିସ୍ତାନ! ବିଶ୍ୱକପ ପୂର୍ବରୁ ସର୍ତ୍ତ ରଖିଲେ ପିସିବି ଅଧ୍ୟକ୍ଷ

ନୂଆଦିଲ୍ଲୀ: ୭ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛି ପାକିସ୍ତାନ କ୍ରିକେଟ ଟିମ୍ । ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ନଜମ ସେଠୀ ଏଥିପାଇଁ ରାଜି ହୋଇଛନ୍ତି । ୨୦୧୬ ପରେ ଭାରତକୁ ଆସି ନାହିଁ ପାକିସ୍ତାନୀ ଦଳ । ତେବେ ୨୦୨୩ ଦିନିକିଆ ବିଶ୍ୱକପ୍ ଭାରତରେ ଆୟୋଜନ ହେବାକୁ ଥିବା ବେଳେ ପାକିସ୍ତାନ୍ ଟିମ୍ ଏଥିପାଇଁ ଭାରତକୁ ଆସିବ ବୋଲି ଗ୍ରୀନ ସିଗନାଲ ଦେଇଛନ୍ତି ପିସିବି ଅଧ୍ୟକ୍ଷ ନଜମ ସେଠୀ । କିନ୍ତୁ ଏଥିପାଇଁ ବିସିସିଆଇ ଆଗରେ ଏକ ସର୍ତ୍ତ ସେ ଏକ ସର୍ତ୍ତ ରଖିଛନ୍ତି ।

BCCI vs PCB: Pakistan Cricket Board's Najam Sethi Makes BIG Statement, Says  'Remember It Is Not Just About Asia Cup' | Cricket News | Zee News

ପିସିବି ଅଧ୍ୟକ୍ଷ ନଜମ ସେଠୀ କହିଛନ୍ତି ଯେ, ଯଦି ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହଙ୍କ ପାଖରୁ ଏକ ପ୍ରତିଶ୍ରୁତି ମାଗିଛନ୍ତି । ୨୦୨୫ରେ ହେବାକୁ ଥିବା ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଯଦି ଟିମ ଇଣ୍ଡିଆ ପାକିସ୍ତାନକୁ ଯିବ ବୋଲି ଏକ ଲିଖିତ ଗାରେଣ୍ଟି ଦିଆଯାଏ, ତେବେ ପାକିସ୍ତାନ ମଧ୍ୟ ଭାରତକୁ ବିଶ୍ୱକପ୍ ଖେଳିବା ପାଇଁ ଆସିବ ବୋଲି ସେ କହିଛନ୍ତି । ତେବେ ବିସିସିଆଇ ସଚିବ ପିସିବିର ଏହି ସର୍ତ୍ତରେ ରାଜି ହେବା ପରେ ହିଁ ପାକିସ୍ତାନ ଟିମ୍ ଭାରତ ଗସ୍ତରେ ଆସିବ ବୋଲି କହିଛି ପିସିବି । ଜୟ ଶାହଙ୍କ ଅଧ୍ୟକ୍ଷତାରେ ଏସିସି(ଏସିଆ କ୍ରିକେଟ ବୋର୍ଡ) ଆଗାମୀ ଏସିଆ କପ୍ ପାଇଁ ପ୍ରସ୍ତାବିତ ହାଇବ୍ରିଡ ମଡେଲ ସୁନିଶ୍ଚିତ କରି ନାହିଁ । ଏହି ମଡେଲରେ ଭାରତ ନିଜର ସମସ୍ତ ମ୍ୟାଚ ୟୁଏଇରେ ଖେଳିବ, କିନ୍ତୁ ଅନ୍ୟ ସମସ୍ତ ମ୍ୟାଚ ପାକିସ୍ତାନ ଗ୍ରାଉଣ୍ଡରେ ଖେଳାଯିବ ବୋଲି ଜାଣିବାକୁ ମିଳିଛି ।

India vs Pakistan venue to Mohammed Shami ABUSE: TOP controversies at T20  World Cup, in PICS | News | Zee News

ସୂଚନା ଅନୁଯାୟୀ, ପିସିବି ଅଧ୍ୟକ୍ଷ ନଜମ ସେଠୀ ମେ’ ୮ ତାରିଖରୁ ଦୁବାଇ ଗସ୍ତରେ ଯାଇ ପାରନ୍ତି । ପାକିସ୍ତାନ ନୀତିଗତ ସିଦ୍ଧାନ୍ତକୁ ସର୍ମନ କରିବା ପାଇଁ ଲବି ଆରମ୍ଭ କରାଯିବ ବୋଲି ଜାଣିବାକୁ ମିଳିଛି । ତେବେ ନଜମଙ୍କ କହିବା ଅନୁସାରେ, ୨୦୨୫ ଚମ୍ପିଆନ୍ସ ଟ୍ରଫିରେ ବିସିସିଆଇ ଏବଂ ଆଇସିସି ଭାରତ ପାକିସ୍ତାନକୁ ଆସିବା ନେଇ ଲିଖିତ ଗ୍ୟାରେଣ୍ଟି ନ ଦେବା ପର୍ଯ୍ୟନ୍ତ ପାକିସ୍ତାନ ଟିମ୍ ମଧ୍ୟ ବିଶ୍ୱକପ ପାଇଁ ଭାରତ ଗସ୍ତରେ ଯିବନାହିଁ । ଶେଷ ଥର ପାଇଁ ୨୦୧୬ ଟି-୨୦ ବିଶ୍ୱକପ ଖେଳିବା ପାଇଁ ଭାରତ ଆସିଥିଲା ପାକିସ୍ତାନ ।

Get real time updates directly on you device, subscribe now.