ରାମ ନବମୀରେ ରାମ ଚରଣଙ୍କ ବଡ଼ ଘୋଷଣା, ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ପେଡ୍ଡି’ର ଫାଷ୍ଟ ଲୁକ୍
ଦମଦାର ଲୁକରେ ବଡ଼ ପରଦାକୁ ଓହ୍ଲାଇବେ ରାମ ଚରଣ । ଫାଷ୍ଟ ଲୁକ୍ ଦେଖି ଦର୍ଶକ ହେଲେ ବିଭୋର ।
ହାଇଦ୍ରାବାଦ୍: ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କୁ ପୁଣିଥରେ ବଡ଼ ପରଦାର ଦେଖିବାକୁ ସୁଯୋଗ ପାଇବେ ଦର୍ଶକ । ରାମ ଚରଣଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ପେଡ୍ଡି’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି ।
ଯାହାକୁ ଦର୍ଶକଙ୍କ ଖୁବସାରା ଭଲପାଇବା ମିଳିଛି । ଫିଲ୍ମଟି ଆସନ୍ତା ବର୍ଷ ମାର୍ଚ୍ଚ ୨ ତାରିଖରେ ରିଲିଜ ହେବା ନେଇ ଘେଶଷଣା ହୋଇଛି । ରାମନବମୀ ଅବସରରେ ନିଜେ ଆକ୍ଟର ରାମଚରଣ ଏହି ବଡ଼ ଆନାଉନ୍ସମେଣ୍ଟ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟ ଶେୟାର କରି ରାମଚରଣ ଏହାର ସୂଚନା ଦେଇଛନ୍ତି । ୧.୦୫ ସେକେଣ୍ଡର ଫାଷ୍ଟ ସଟ୍ ଟାଇଟଲରେ ଏକ ସର୍ଟ ଟିଜର ମଧ୍ୟ ଶେୟାର କରିଛନ୍ତି । ଯେଉଁଥିରେ ରାମ ଚରଣଙ୍କୁ ଘୁଙ୍ଗୁର ଲଗା ଏକ ବ୍ୟାଟ ଧରି କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଛି ।
ପେଡ୍ଡିରେ ରାମ ଚରଣଙ୍କ ଲୁକ୍ ରହିଛି ସବୁଠାରୁ ଅଲଗା । ଗାଁଉଲି ଯୁବକ ଚରିତ୍ରରେ ନାକରେ ନୋଥ ଲଗାଇ ଥିବାର ଦେଖିବାକୁ ମିଳିଛି । ସ୍କ୍ରିନରେ ରାମ ଚରଣଙ୍କ ଲୁକ୍ ବେଶ୍ ଦମଦାର ରହିଛି ।
ପେଡ୍ଡିର ନିର୍ଦ୍ଦେଶନା ଦେଇଛନ୍ତି, ବୁଚି ବାବୁ, ଫିଲ୍ମ ନିର୍ମାଣତା ଏବଂ କାହାଣୀ ଲେଖିଛନ୍ତି ନିଜେ ସୁକୁମାର । ବ୍ରିଦ୍ଧି ସିନେମା ବ୍ୟାନରରେ ଏହି ଫିଲ୍ମ ନିର୍ମାଣ କରାଯାଇଛି । ଫିଲ୍ମରେ ରାମଚରଣଙ୍କ ବ୍ୟତୀତ ଜାହ୍ନବୀ କପୁର, ଶିବ ରାଜକୁମାର, ଜଗପତି ବାବୁଙ୍କ ଭଳି କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।
ସେହିପରି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଭେଙ୍କଟ ସତିଶ କିଲାରୁ, ମ୍ୟୁଜିକ୍ କମ୍ପୋଜ କରିଛନ୍ତି ଏଆର ରେହମାନ । ଶେଷଥର ପାଇଁ ରାମ ଚରଣ ଫିଲ୍ମ ଗେମ୍ ଚେଞ୍ଜରରେ ନଜରକୁ ଆସିଥିଲେ । ଯାହାର ନିର୍ଦ୍ଦେଶନା ଦେଇଥିଲେ ଏସ୍. ଶଙ୍କର ।