fbpx
BSKY SKY
BSKY SKY

ପେନ୍‌ସନ୍ ସମ୍ବନ୍ଧୀତ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି, ଏଣିକି ନିୟମିତ ଆୟୋଜନ ହେବ ପେନ୍‌ସନ୍ ଅଦାଲତ

BSKY

ଭୁବନେଶ୍ୱର: ପେନ୍‌ସନ୍ ମାମଲା ଗୁଡ଼ିକର ଶୀଘ୍ର ଫଇସାଲା କରିବା ନିମନ୍ତେ ନିୟମିତ ଭାବରେ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ପେନ୍‌ସନ୍ ଅଦାଲତ ଆୟୋଜନ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ଏହା ଦ୍ୱାରା ସମାଧାନ ହୋଇପାରୁ ନଥିବା ପେନ୍‌ସନ୍ ମାମଲା ଗୁଡ଼ିକର ସୁରନ୍ତ ଶୁଣାଣି ସୁବିଧା କରାଯିବ। ପେନ୍‌ସନ୍ ଅଦାଲତରେ ଅଭିଯୋଗର ଅନ୍‌ଲାଇନ୍ ପଞ୍ଜିକରଣ HRMS ମାଧ୍ୟମରେ ୨୦ ଜାନୁଆରୀ ୨୦୨୩ ରୁ ୨୦ ଫେବୃଆରୀ ୨୦୨୩ ମଧ୍ୟରେ http://pension.hrmsodisha.gov.in ପୋର୍ଟାଲରେ କରାଯାଇ ପାରିବ।

ସେହିପରି ଏଣିକି ପେନ୍‌ସନ୍ ଅଦାଲତରେ ଅଭିଯୋଗ ମଞ୍ଜିକରଣ ସୁବିଧା ସହିତ ପେନ୍‌ସନ୍ ଆବେଦନ ସୁବିଧା ପେନ୍‌ସନ୍ ମଞ୍ଜୁର କରୁଥୀବା ଅଧିକାରୀଙ୍କ କାର୍ଯ୍ୟାଳୟରେ ଖୋଲା ଯାଇଥିବା ହେଲ୍ପଡେସ୍କ କିମ୍ବା ମୋ ସେବାକେନ୍ଦ୍ର ସହାୟତାରେ ମଧ୍ୟ କରାଯାଇ ପାରିବ।

ଏହା ସହିତ ସମାଧାନ ହୋଇପାରି ନଥିବା ମାମଲା ଗୁଡ଼ିକର ପ୍ରଥମେ ପେନ୍‌ସନ୍ ମଞ୍ଜୁର କରୁଥିବା ଅଧିକାରୀଙ୍କ ସ୍ତରରେ ସମାଦାନ କରାଯିବା ପାଇଁ ଉଦ୍ୟମ କରାଯିବ। ଏହାପରେ ଆଇନ୍‌ଗତ ଅସୁବିଧା ନଥିବା ତଥା ପେନ୍‌ସନ୍ ମଞ୍ଜୁର କରୁଥିବା ଅଧିକାରୀଙ୍କ ସ୍ତରରେ ସମାଧାନହୋଇପାରୁ ନଥିବା ମାଲା ଗୁଡ଼ିକର ପେନ୍‌ସନ୍ ଅଦାଲତରେ ଶୁଣାଣି କରାଯିବ।

ତେବେ ନିଜର ପେନ୍‌ସନ୍ ସମସ୍ୟା ସମାଧାନ ହୋଇ ପାରିନଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ କିମ୍ବା ଧାର୍ଯ୍ୟ ସମୟରେ ନିଜ ପେନ୍‌ସନ୍ ମଞ୍ଜୁର ପାଇଁ ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏହି ହେଲ୍ପଡେସ୍କ/ଅନଲାଇନ୍ ପୋର୍ଟାଲ http://pension.hrmsodisha.gov.in କିମ୍ବା ମୋ ସେବା କେନ୍ଦ୍ରର ସହାୟତା ନେଇ ପାରିବେ।

Get real time updates directly on you device, subscribe now.