fbpx
BSKY SKY
BSKY SKY

୬୦ ନୁହେଁ, ୫୦ ବର୍ଷରୁ ଲାଗୁ ହେବ ପେନସନ ଯୋଜନା: ନୂଆବର୍ଷରେ ସରକାରଙ୍କ ବଡ଼ ଘୋଷଣା

BSKY

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ସରକାର ପେନସନ ଯୋଜନା ଲାଗୁ କରିଛନ୍ତି । କର୍ମଚାରୀଙ୍କୁ ୬୦ ବର୍ଷ ପରେ ପେନସନ ପ୍ରଦାନ କରିବା ପାଇଁ ନିୟମ କରିଛନ୍ତି ସରକାର । କିନ୍ତୁ ବର୍ତ୍ତମାନ ଏଥିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏଣିକି କର୍ମଚାରୀମାନଙ୍କୁ ୬୦ ବର୍ଷ ବଦଳରେ ୫୦ ବର୍ଷରୁ ଏହି ପେନସନ ପ୍ରଦାନ କରାଯିବ । ୫୦ ବର୍ଷ ବୟସରୁ ପେନସନ ପାଇଁ ଯୋଗ୍ୟ ହୋଇପାରିବେ କର୍ମଚାରୀ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି ।

ସୂଚନା ଅନୁସାରେ, ନବବର୍ଷ ଉପଲକ୍ଷେ ଏକ ବଡ଼ ଉପହାର ଭେଟି ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନୀତ ସରକାରଙ୍କ ୪ ବର୍ଷ ପୂରଣ ହେବା ଅବସରରେ ରାଞ୍ଚିର ମୋରହାବାଦି ମଇଦାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏ ନେଇ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ରାଜ୍ୟର ଆଦିବାସୀ ଏବଂ ଦଳିତ କର୍ମଚାରୀମାନଙ୍କୁ ୫୦ ବର୍ଷ ହେବା ପରେ ସେମାନେ ପେନସନ ପାଇବା ପାଇଁ ଯୋଗ୍ୟ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏମାନଙ୍କ ମଧ୍ୟରେ ମୃତ୍ୟୁଦର ଅଧିକ ରହିଥିବା ବେଳେ ଅଧିକାଂଶ ସମୟରେ ସେମାନଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ଚାକିରି ମିଳିପାରେ ନାହିଁ । ତେଣୁ ବିଶେଷ କରି ରାଜ୍ୟର ଦୁର୍ବଳ ଆଦିବାସୀ ସମୂହ ପାଇଁ ଏହି ଘୋଷଣା ଖୁବ ଲାଭବାନ୍ ହୋଇପାରିବ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତୀ ସୋରେନ୍ କହିଛନ୍ତି ଯେ, ୨୦୦୦ ମସିହାରେ ଝାଡ଼ଖଣ୍ଡକୁ ଏକ ରାଜ୍ୟର ମାନ୍ୟତା ମିଳିଥିଲା । ତେବେ ସେହି ଦିନରୁ ଆଜି ମଧ୍ୟରେ ମାତ୍ର ୧୬ ଲକ୍ଷ ଲୋକଙ୍କୁ ପେନସନ ପ୍ରାପ୍ତ ହୋଇଛି । ଏହାବ୍ୟତୀତ ଅନେକ କର୍ମଚାରୀ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ତେବେ ଝାଡ଼ଖଣ୍ଡ ସରକାର ୪ ବର୍ଷରେ ୬୦ରୁ ଅଧିକ ବୟସ ୩୬ ଲକ୍ଷ କର୍ମଚାରୀମାନଙ୍କୁ ପେନସନ ଯୋଜନାରେ ଟଙ୍କା ଦିଆଯାଇଛି । ଏଥିରେ ୧୮ ବର୍ଷରୁ ଅଧିକ ବୟସର ବିଧବା ମହିଳାଙ୍କ ସହ ଶାରୀରିକ ଅକ୍ଷମ ଲୋକମାନେ ମଧ୍ୟ ସାମିଲ ରହିଛନ୍ତି ।

Get real time updates directly on you device, subscribe now.