fbpx
BSKY SKY
BSKY SKY

(Video) ମୁଣ୍ଡଳିରେ ପହଞ୍ଚିଲା ବନ୍ୟା ଜଳ: ମହାନଦୀରେ ସୃଷ୍ଟି ହେଉଛି ଭଉଁରୀ, ଲୋକେ ଭୟଭୀତ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ ବନ୍ୟା ଜଳକୁ ହୀରାକୁଦ ଡ୍ୟାମରେ ଅଟକାଇବା ସମ୍ଭବପର ହୋଇନଥିଲା । ତେଣୁ ଗତ ମାସ ୨୩ ତାରିଖରେ ହୀରାକୁଦ ଡ୍ୟାମର ଜଳଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଥିଲା । ତେବେ ହୀରାକୁଦରୁ ଜଳ ନିଷ୍କାସନ ଫଳରେ ମୁଣ୍ଡଳୀ ଅଞ୍ଚଳବାସୀଙ୍କ ଅବସ୍ଥା ଅସମ୍ଭାଳ ହୋଇ ପଡ଼ିଛି । ମୁଣ୍ଡଳିରେ ଭୀଷଣ ରୂପ ନେଇ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ବେଳକୁ ବେଳ ମହାନଦୀ ବଢ଼ିବାରେ ଲାଗିଥିବା ବେଳେ ଶହ ଶହ ଭଉଁରୀ ସୃଷ୍ଟି ହୋଇଛି । ତେଣୁ ମହାନଦୀର ଜଳରାଶିକୁ ଦେଖିଲେ ଭୟ ଲାଗୁଛି । ମହାନଦୀର ଭଉଁରୀ ଭିତରେ ଯଦି କେହି ପଡ଼େ ତେବେ ଜୀବନ ବଞ୍ଚାଇବା ଅସମ୍ଭବ ହୋଇ ପଡ଼ିବ । ମହାନଦୀକୁ ନେଇ ଏବେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଆଗକୁ ବନ୍ୟା ଜଳ ଆହୁରି ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନା ରହିଛି । ତେଣୁ ସ୍ଥିତି ଉପରେ ଏବେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ।

ମୁଣ୍ଡଳୀରେ ୭ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେବା ସହିତ ଆସନ୍ତା ୧୨ ତାରିଖ ସୁଦ୍ଧା ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ତେଣୁ ଆଗକୁ ମହାନଦୀ ଅଧିକ ଭୟଙ୍କର ରୂପ ଧାରଣ କରିବ । ଏଭଳି ସ୍ଥିତିରେ ମୁଣ୍ଡଳୀକୁ ଯିବାକୁ ଲୋକଙ୍କୁ ବାରଣ କରାଯିବା ସହିତ ମହାନଦୀରେ ମାଛ ମାରିବା ଓ ସେଲଫି ନେବାକୁ ମନା କରାଯାଇଛି । ମହାନଦୀର ଉପରେ ତିଆରି ହୋଇଥିବା ପୋଲକୁ ମୁଣ୍ଡଳୀ କୁହାଯାଇଥାଏ । ସେଥିପାଇଁ ମହାନଦୀକୁ ମୁଣ୍ଡଳୀ ମହାନଦୀ କୁହାଯାଇଥାଏ । ମୁଣ୍ଡଳୀରେ ଏବେ ଜଳସ୍ତର ବଢ଼ିବାରେ ଲାଗିଥିବାରୁ ଲୋକମାନେ ବ୍ରିଜ ଉପରେ ଛିଡ଼ା ହୋଇ ଭୟଙ୍କର ଜଳରାଶିକୁ ଦେଖି ଆତଙ୍କିତ ହୋଇରହିଛନ୍ତି ।

Get real time updates directly on you device, subscribe now.