fbpx

ପ୍ରଦୂଷଣ କାରଣରୁ ବଢ଼ୁଛି ଚିଡ଼ଚିଡ଼ାପଣ! ମସ୍ତିଷ୍କ ଉପରେ ପକାଇଥାଏ ଏପରି ପ୍ରଭାବ

ଦିନକୁ ଦିନ ରାଜଧାନୀ ଦିଲ୍ଳୀ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଏହି ପ୍ରଦୂଷଣ ବୃଦ୍ଧି କାରଣରୁ ଲୋକମାନଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏହା ସହିତ ଲୋକଙ୍କ ମଧ୍ୟରେ ଉତ୍ତେଜନା, କ୍ରୋଧ ଏବଂ ଚାପ ଭଳି ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଅତ୍ୟଧିକ ପ୍ରଦୂଷିତ ସହରରେ ରହୁଥିବା ଲୋକଙ୍କୁ ଉଦାସୀନତା, ଅନିଦ୍ରା, ମୁଣ୍ଡବିନ୍ଧା, ଆଚରଣଗତ ପରିବର୍ତ୍ତନ ଏବଂ ମାନସିକ ଥକାପଣ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରଦୂଷଣ ମନୁଷ୍ୟର ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

ବାୟୁ ପ୍ରଦୂଷଣରେ ଥିବା କ୍ଷତିକାରକ ପଦାର୍ଥ ଏବଂ ଗ୍ୟାସ ଆମ ମସ୍ତିଷ୍କରେ ପହଞ୍ଚି କୋଷଗୁଡ଼ିକୁ ନଷ୍ଟ କରିଥାଏ । ରିସର୍ଚ୍ଚ ଅନୁଯାୟୀ, ଏହା ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ ଏବଂ ସ୍ନାୟୁ କୋଷ ମଧ୍ୟରେ ଯୋଗାଯୋଗରେ ବାଧା ସୃଷ୍ଟି କରିଥାଏ । ଏହା ଦ୍ୱାରା ସ୍ମୃତି ଶକ୍ତି ଦୁର୍ବଳ ହେବା ସହ ଆଲଜାଇମର ଭଳି ରୋଗ ସୃଷ୍ଟି କରିଥାଏ।

ବାୟୁରେ ଉପସ୍ଥିତ ଥିବା ଅତି ଛୋଟ କଣିକା ରହିଥାଏ ଯାହାକୁ ଯାହାକୁ MP ୨.୫ କୁହାଯାଏ। ଏହା ଆମ ଶରୀର ଭିତରକୁ ଯାଇ ମସ୍ତିଷ୍କ କୋଷକୁ ନଷ୍ଟ କରିଥାଏ । ଏହି କଣିକାଗୁଡ଼ିକ ଦୀର୍ଘ ସମୟ ଧରି ମସ୍ତିଷ୍କରେ ରହିବା କାରଣରୁ ଲୋକମାନଙ୍କର ଭୁଲିଯିବା, ଚିଡ଼ଚିଡ଼ା ସ୍ୱଭାବ ଏବଂ ଅତ୍ୟନ୍ତ ରାଗିଯିବା ଭଳି ସମସ୍ୟା ଆରମ୍ଭ ହୋଇଥାଏ । ଅନେକ କ୍ଷେତ୍ରରେ ସ୍ମୃତଶକ୍ତି ଦୁର୍ବଳ ହେବା ସହ ସେମାନେ କିଛି ଜିନିଷ ମନେରଖି ପାରନ୍ତି ନାହିଁ । ଏହାକୁ ନ୍ୟୁରୋଜେନେରେଟିଭ୍ ଡିସଅର୍ଡର୍ କୁହାଯାଏ ।

ତେବେ ଏଭଳି ସମସ୍ୟାକୁ ଏଡ଼ାଇବା ପାଇଁ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ନିହାତି ଆବଶ୍ୟକ । ସରକାର ଏନେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ଏନେଇ ଜନସାଧାରଣରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା ମଧ୍ୟ ବେଶ ଜରୁରୀ ।

Get real time updates directly on you device, subscribe now.