fbpx

ପାକିସ୍ତାନରେ ରହିବାକୁ ‘ନା’ କହୁଛନ୍ତି ଲୋକେ, ପ୍ରତିବର୍ଷ ଦେଶ ଛାଡୁଛନ୍ତି ଏତିକି ଲୋକ, ପଢନ୍ତୁ ଏ ରିପୋର୍ଟ…..

ଓଡିଶା ଭାସ୍କର: ପାକିସ୍ତାନରେ ଅନିଶ୍ଚିତ ଆର୍ଥିକ ସ୍ଥିତି, ମୁଦ୍ରାସ୍ଫତିର ଅଭିବୃଦ୍ଧି ତଥା ରାଜନୈତିକ ଅସ୍ଥିରତା ଲାଗି ରହିଛି । ଯାହାକୁ ନେଇ ବ୍ୟସ୍ତତା ମଧ୍ୟରେ ସେଠାକାର ଲୋକେ କାଳ କାଟୁଛନ୍ତି । ଫଳରେ ଲୋକ ବାଧ୍ୟ ହୋଇ ନିଜ ଦେଶ ଛାଡି ଅନ୍ୟ ଦେଶରେ ରହିବା ପାଇଁ ସେଠାରୁ ପଳାୟନ କରୁଛନ୍ତି । ଭାରତ ତୁଳନାରେ ପାକିସ୍ତାନ ଛାଡି ବିଦେଶରେ ରହୁଥିବା ଲୋକଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।

ପାକିସ୍ତାନରେ ଯୁବକଙ୍କ ଭବିଷ୍ୟତ ପ୍ରାୟ ଘନ ଅନ୍ଧକାର ମଧ୍ୟ ଦେଇ ଗତି କରୁଛି । ଏହି କାରଣରୁ ବହୁ ଲୋକେ ଉପାୟଶୂନ୍ୟ ହୋଇ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି । ଏକ ରିପୋର୍ଟ ଅନୁସାରେ, ୨୦୨୪ ମସିହାରେ ପ୍ରାୟ ୭ ଲକ୍ଷରୁ ଅଧିକ ଲୋକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପାକିସ୍ତାନ ଛାଡିବେ । ଗତବର୍ଷ ଏହାର ସଂଖ୍ୟା ଥିଲା ପ୍ରାୟ ୮ ଲକ୍ଷ ୧୧ ହଜାର । ଯାହା ନିଶ୍ଚିତଭାବରେ ଏକ ଚିନ୍ତାର ବିଷୟ ।

ପାକିସ୍ତାନର ଅଧିକାଂଶ ଲୋକ ସାଉଦୀ ଆରବର ଭିସା କରୁଥିବା ଉଲ୍ଲେଖ କରିଛି ଏହି ରିପୋର୍ଟ । ଏଥିରେ ଭିନ୍ନ ଶ୍ରେଣୀର ଲୋକଙ୍କୁ ଚାକିରୀ ପାଇଁ ସାଉଦୀ ଆରବ ଏହି ଭିସା ପ୍ରଦାନ କରିଛି । ସଂଯୁକ୍ତ ରାଷ୍ଟ୍ର ଆମେରିକା ଓ ୟୁରୋପରେ ବିଭିନ୍ନ ପେଶାର ଚାହିଦା ବଢୁଥିବାରୁ ପାକିସ୍ତାନର ଲୋକଙ୍କୁ ଦେଶ ଛାଡିବା ବି ସହଜ ହେଉଛି । ୨୦୨୨ ମସିହାରେ ଡାକ୍ତର, ଇଞ୍ଜିନିୟର , ଆଇଟି ବିଶେଷଜ୍ଞ ତଥା ଆକାଉଣ୍ଡଟେଣ୍ଟ ଓ ପୈରାମେଡିକ୍ସ ପାଇଁ ବହୁ ଉଚ୍ଚ ଶିକ୍ଷିତ ଯୁବକ ପାକିସ୍ତାନ ଛାଡିଛନ୍ତି । ପ୍ରାୟ ୭ ଲକ୍ଷ ୬୫ ହଜାର ଶିକ୍ଷିତ ଓ କୌଶଳୀ ଯୁବକ ଏଥିରେ ସାମିଲ ରହିଛନ୍ତି । ଦେଶ ପଳାୟନର ହାର ପାକିସ୍ତାନରେ ପ୍ରାୟ ୩୦୦ ପ୍ରତିଶତ ବଢିଛି । ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ବେଶୀ ଲୋକ ଏହି ପଳାୟନରେ ସାମିଲ ଅଛନ୍ତି । ତାହାସହ ପ୍ରାୟ ୨୭ ହଜାର ଲୋକ ପାକିସ୍ତାନ କବ୍ଚାରେ ଥିବା କାଶ୍ମୀରରୁ ଦେଶ ଛାଡିଛନ୍ତି ।

Get real time updates directly on you device, subscribe now.