fbpx
BSKY
BJD MC SKY
BJD MS SKY

କରମଣ୍ଡଳ ସୁପରଫାଷ୍ଟ ଦେଖିଲେ ଲୋକେ ଡରୁଛନ୍ତି ; ଦୁର୍ଘଟଣାରର ୪ ଦିନ ପରେ ଟ୍ରାକ୍ କୁ ଫେରିଛି

ଭୁବନେଶ୍ୱର : ସେଦିନ କାଳ ସାଜିଥିବା କରମଣ୍ଡଳ ଏବେ ଟ୍ରାକ୍ କୁ ଫେରିଛି । ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଟ୍ରାକ୍ରେ ଦୌଡୁଛି ସୁପରପାଷ୍ଟ କରମଣ୍ଡଳ ଏକ୍ସପ୍ରେସ୍ । କିନ୍ତୁ ଲୋକମାନେ ଡରୁଛନ୍ତି । କରମଣ୍ଡଳକୁ ଦେଖିଲେ ଲୋକ ଯେତିକି ଭୟବୀତ ହେଉଛନ୍ତି ସେତିକି ଭାବବିହ୍ୱଳ ମଧ୍ୟ ହୋଇପଡୁଛନ୍ତି । ମନେ ପଡିଯାଉଛି ସେହି ଶୁକ୍ରବାରର କାଳ ରାତି । କରମଣ୍ଡଳର ସେହି ଭୟଙ୍କର ଦୁର୍ଘଟଣାରେ ଶହ ଶହ ଲୋକଙ୍କ ଜୀବନ ଯାଇଛି । ହଜାର ହଜାର ଲୋକଙ୍କ ଆଜି ବି ଜୀବନ ମରଣ ସହ ଲଢୁଛନ୍ତି ।

ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ ମିନିଟ୍ ରେ ବାହାନଗା ଦେଇ କୋଲକତା ଶାଲିମାର ଅଭିମୁଖେ ଯାଇଥିଲା ଚେନ୍ନାଇ ରୁ ଆସିଥିବା ଏହି ଦ୍ରୁତଗାମୀ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ୍ । ଏହି ଏକ୍ସପ୍ରେସ୍ ଯେତେବେଳେ ବାହାନଗା ନିକଟ ଦେଇ ଟ୍ରାକ୍ ଦୌଡିଲା ସେତେବେଳେ ସମସ୍ତେ ଭୟବୀତ ହୋଇଥିଲେ । କେଉଁ ଏକ ଅଜଣା ଭୟ ବା ଅଦୃଶ୍ୟ ଶକ୍ତି ମନକୁ ଆନ୍ଦୋଳିତ କରି ପକାଉଥିଲା । ଲୋକମାନଙ୍କୁ ଅଟକାଇଥିଲା ଟ୍ରେନ୍ ରେ ଚଢିବାକୁ ।

ଜୁନ୍ ୨ ତାରିଖ ସେଇ ଶୁକ୍ରବାର ରାତିରେ ବାହାନଗା ବଜାର ଷ୍ଟେସନ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ । ଶହ ଶହ ଲୋକ ଆହତ ହୋଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ । ସେପଟେ ଚେନ୍ନାଇ ଆଡୁ ଆସୁଥିବା କରମଣ୍ଡଳକୁ ଆନ୍ଧ୍ରପ୍ରଦେଶ ବିଜୟୱାଡା ପାଖରେ ୩ ଦିନ ଅଟକାଇ ଦିଆଯାଇଥିଲା । ଲାଇନ୍ ସଫା ହେଲା ପରେ ପୁଣି ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । କିନ୍ତୁ ସବୁଠୁ ବଡ କଥା ହେଉଛି କରମଣ୍ଡଳ ଏକ୍ସପ୍ରେସ୍ ଦେଖିଲେ ଲୋକେ ଡରୁଛନ୍ତି ।

Get real time updates directly on you device, subscribe now.