(Video) ବାତ୍ୟାକୁ ଖାତିର ନକରି ରାସ୍ତା ଉପରେ ମାଛ ଧରିଲେ ଲୋକେ: ଦେଖନ୍ତୁ ମଜାଦାର ଦୃଶ୍ୟ

ତାମିଲନାଡ଼ୁ: ବାତ୍ୟା ମିଗଜୋଙ୍ଗ ଦ୍ୱାରା ପ୍ରଭାବିତ ହୋଇଛି ସାରା ଦକ୍ଷିଣ ଭାରତ । ତାମିଲନାଡ଼ୁ ମଧ୍ୟ ବନ୍ୟା ପାଣିରେ ବୁଡ଼ି ଯାଇଛି । ତେବେ ଏପରି ସ୍ଥିତିରେ ମଧ୍ୟ ରାଜଧାନୀ ଚେନ୍ନାଇ ରାସ୍ତାରେ ଦେଖିବାକୁ ମିଳିଛି ମଜାଦାର ଦୃଶ୍ୟ । ବାତ୍ୟାକୁ ଖାତିର ନକରି ରାସ୍ତା ଉପରେ ମାଛ ଧରିବାରେ ଲାଗିପଡ଼ିଛନ୍ତି ଲୋକେ ।

ବର୍ଷା ହେଉଥିବା ସତ୍ତ୍ୱେ ମଧ୍ୟ ମାଛ ଧରାରେ ଲାଗି ପଡ଼ିଛନ୍ତି ଲୋକେ । ରାସ୍ତା ଉପରକୁ ବର୍ଷ ପାଣିରେ ନଦୀରୁ ମାଛ ସବୁ ଉଠି ଆସିଛନ୍ତି । ତେବେ ଏହାକୁ ଗୋଡ଼ାଇ ଗୋଡ଼ାଇ ଧରୁଛନ୍ତି ଲୋକେ । ଜଣେ ନୁହେଁ ଏମିତି ଅନେକ ଲୋକ ରାସ୍ତା ଉପରୁ ମାଛକୁ ନେଇ ଘରକୁ ଯାଇଛନ୍ତି । ଯିଏ ଯେଉଁ ଭଳି ଭାବେ ହେଲା ମାଛ ଧରି ନେଇ ଯାଉଛନ୍ତି । ତେବେ ଏହା କେଉଁ ପ୍ରକାରର ମାଛ ତାହା ଜଣା ପଡ଼ି ନାହିଁ । କିନ୍ତୁ ମାଛର ଆକାର ବେଶ ବଡ଼ ରହିଥିବା ଦେଖିବାକୁ ମିଳିଛି । ତେବେ ଚେନ୍ନାଇ ରାସ୍ତାର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପକ୍ଷରେ ବାତ୍ୟାରେ ପୁରା ପ୍ରଭାବିତ ହୋଇଛି ତାମିଲନାଡ଼ୁ । ବର୍ଷା ପାଣିରେ ସମ୍ପୂର୍ଣ୍ଣ ରୂପେ ବୁଡ଼ି ରହିଛି ଚେନ୍ନାଇ । ଏହା ସହିତ ଲଗାଣ ବର୍ଷା ଯୋଗୁ ହଜାର ହଜାର ଘର ଏବେ ପାଣି ଘେରରେ ରହିଛନ୍ତି । ହେଲେ ଏମିତି ସ୍ଥିତିରେ ରାସ୍ତା ଉପରେ ଦେଖିବାକୁ ମିଳିଛି ମଜାଦାର ଦୃଶ୍ୟ । ସେପଟେ ବାତ୍ୟା ମିଗଜୋମ ଯିବା ପରେ ଏବେ ରିଲିଫ କାର୍ଯ୍ୟ ଆରମ୍ଭ ହୋଇଛି । ପାଣିରେ ବୁଡ଼ି ରହିଥିବା ଲୋକମାନଙ୍କୁ ରିଲିଫ ପହଞ୍ଚାଯାଉଛି ।