fbpx

ବାଥରୁମରେ ଲୋକେ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି! ଜାଣନ୍ତୁ ଏହାର କାରଣ, ଗବେଷଣାରେ ଖୁଲାସା…

ଓଡିଶା ଭାସ୍କର: ଆଜିର ଦୌଡୁଥିବା ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ସମୟ ଶାନ୍ତିର ଆବଶ୍ୟକତା ରହିଛି । ପ୍ରତିଦିନର ବ୍ୟସ୍ତତା କାରଣରୁ ଲୋକେ ଏମିତି ସ୍ଥାନର ସନ୍ଧାନରେ ରହନ୍ତି, ଯେଉଁଠି ତାଙ୍କୁ ଟିକେ ଶାନ୍ତି ଓ ସୁଖର ଅନୁଭବ ହୋଇପାରିବ । ମାତ୍ର ସମସ୍ତଙ୍କୁ ଏ ସୁବିଧା ପ୍ରାପ୍ତ ହୋଇ ନଥାଏ । ଫଳରେ ସେମିତି ଲୋକଙ୍କ ପାଇଁ ବାଥରୁମ୍ ଏକ ବିକଳ୍ପ ଭାବରେ ଉଭା ହୋଇଥାଏ । ଯେଉଁଠି ସେମାନେ ଟିକେ ଶାନ୍ତି ପାଆନ୍ତି ବ୍ୟସ୍ତବହୁଳ ଜୀବନରୁ ।

ବାଥରୁମର ମୁଖ୍ୟ କାମ ହେଉଛି ଗାଧୋଇବା, ଧୋଇବା ଓ ଅନ୍ୟ ଜରୁରୀ କାର୍ଯ୍ୟ କରିବା । ମାତ୍ର, ଏବେ ଏହାକୁ ଶାନ୍ତି ପ୍ରାପ୍ତିର ଏକ ମାର୍ଗ ଭାବରେ ମଧ୍ୟ ଲୋକେ ଦେଖିବାକୁ ଆରମ୍ଭ କଲେଣି । ସେଠାରେ ଜଣେ ଶୌଚାଳୟ କରି ପାରିବ, ଗାଧୋଇ ପାରିବ ତଥା ନିଜ ତ୍ୱଚାର ଯତ୍ନ ମଧ୍ୟ ନେଇପାରିବ । ବାଥରୁମରେ ଆପଣ ନିଜର ମନପସନ୍ଦର କାର୍ଯ୍ୟ କରିପାରିବେ । ଯାହା ଆପଣଙ୍କୁ ଭଲ ଲାଗିବ ।

ଏକ ବାଥରୁମ ତିଆରି କରୁଥିବା କମ୍ପାନୀ ୱିଲେରାଁୟ ଆଣ୍ଡ ବାଁଚ ଜାଣିବାକୁ ଚାହିଁଲା ଯେ, ଲୋକେ ଅଧିକ ସମୟ ବାଥରୁମକୁ କାହିଁକି ପସନ୍ଦ କରନ୍ତି । ୨ ହଜାର ଲୋକଙ୍କୁ ନେଇ କରିଥିବା ଗବେଷଣା ବା ରିସର୍ଚ୍ଚରୁ କମ୍ପାନୀ ଜାଣିବାକୁ ପାଇଲା ଯେ, ଲୋକେ ବାଥରୁମକୁ ଶାନ୍ତି ପାଇଁ ଯାଉଛନ୍ତି । ଏଥିରେ ବିଶେଷକରି ଯୁବପିଢି ସଂପୃକ୍ତ ଥିଲେ । ରିସର୍ଚ୍ଚରୁ ଜଣାପଡିଛି, ପ୍ରାୟ ୪୩ ପ୍ରତିଶତ ଲୋକ ଶାନ୍ତି ଓ ମୌନ ପାଇଁ ବାଥରୁମ ବ୍ୟବହାର କରନ୍ତି । ଏହାବାଦ ୧୩ ପ୍ରତିଶତ ଲୋକ ନିଜର ସାଥିଙ୍କ ସହ ଅନ୍ତରଙ୍ଗ କାର୍ଯ୍ୟ ପାଇଁ ଏହାର ବ୍ୟବହାର କରନ୍ତି ।

Get real time updates directly on you device, subscribe now.