fbpx
BSKY
BJD MC SKY
BJD MS SKY

BIG BREAKING: କ୍ଲୋରିନ୍ ସିଲିଣ୍ଡର ଲିକ୍ ହେବାରୁ ଲୋକେ ଅଣନିଶ୍ୱାସୀ, ନିରାପଦ ନିଷ୍କାସନ ପାଇଁ ପଦକ୍ଷେପ ଆରମ୍ଭ

ଓଡିଶା ଭାସ୍କର: ଉତ୍ତରାଖଣ୍ଡର ଡେରାଡୁନ୍ ସ୍ଥିତ ପ୍ରେମ ନଗର ପୋଲିସ୍ ଷ୍ଟେସନର ଝାଞ୍ଜରା ଅଞ୍ଚଳରେ କ୍ଲୋରିନ୍ ସିଲିଣ୍ଡର ଲିକ୍ ହୋଇଥିବା ସୂଚନା ମିଳିଛି। ଫଳରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପୋଲିସ, ଏନଡିଆରଏଫ, ଏସଡିଆରଏଫ ଏବଂ ଫାୟାର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିରାପଦ ନିଷ୍କାସନ ପାଇଁ ପଦକ୍ଷେପ ନେଉଛନ୍ତି। ଏନେଇ ନ୍ୟୁଜ୍ ଏଜେନ୍ସି ANI ଖବର ପ୍ରକାଶ କରିଥିବା ଦେଖିବାକୁ ମିଳିଛି।

ANI ରିପୋର୍ଟ ଅନୁଯାୟୀ, ଡେରାଡୁନର ପ୍ରେମ ନଗର ପୋଲିସ ଷ୍ଟେସନର ଝାଞ୍ଜରା ଅଞ୍ଚଳରେ ଥିବା ଏକ ଖାଲି ପ୍ଲଟରେ କ୍ଲୋରିନ୍ ସିଲିଣ୍ଡର ରଖାଯାଇଥିଲା । ମାତ୍ର ଏହା କୌଣସି କାରଣରୁ ଲିକ୍ ହେବା ଫଳରେ ଲୋକେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏ ସମ୍ପର୍କରେ ଲୋକଙ୍କ ଠାରୁ ଖବର ପାଇବା ପରେ ପୋଲିସ, ଏନଡିଆରଏଫ, ଏସଡିଆରଏଫ ଏବଂ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହା ସହ ନିରାପଦ ନିଷ୍କାସନ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଅନ୍ୟପଟେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି ବୋଲି ଡେରାଡୁନର ଏସଏସପି(SSP) ଅଜୟ ସିଂ ANI କୁ କହିଛନ୍ତି।

Get real time updates directly on you device, subscribe now.