fbpx
BJD SKY
BJD SKY

୪୮ ଘଣ୍ଟା ପରେ ହେଉଛି ଦୁର୍ଲଭ ସଂଯୋଗ: ଏହି ରାଶିର ଲୋକଙ୍କୁ ମିଳିବ ପ୍ରଚୁର ଟଙ୍କା

BJD

ନୂଆଦିଲ୍ଲୀ: ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ୧୨ ବର୍ଷ ପରେ ଗୁରୁ ଗୋଚର ପରେ ମେଷ ରାଶିରେ ପ୍ରବେଶ କରିବେ । ବର୍ତ୍ତମାନ ଗୁରୁ ଅସ୍ତ ସ୍ଥିତିରେ ରହିଛନ୍ତି । କିନ୍ତୁ ଏପ୍ରିଲ ୨୭ ତାରିଖରେ ମେଷ ରାଶିରେ ଉଦୟ ହେବେ ଗୁରୁ, ଯାହା ଏକ ଶୁଭଫଳ ଦେବ । ଏହା ପରେ ଏପ୍ରିଲ ୨୭ ତାରିଖରେ ଗୁରୁ ପୂଷ୍ୟ ନକ୍ଷତ୍ର ରହିଛି । ଗୁରୁ ପୁଷ୍ୟ ନକ୍ଷତ୍ରରେ ଗୁରୁଙ୍କ ଉଦୟ ହେବା ଏକ ଦୁର୍ଲଭ ସଂଯୋଗ ହୋଇଥିବା ବେଳେ ଏହା ଖୁବ ଶୁଭ ବୋଲି କୁହାଯାଏ । କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଭାଗ୍ୟ ବଦଳାଇପାରେ ।

ମେଷ ରାଶି: ମେଷ ରାଶିରେ ହିଁ ଗୁରୁ ଉଦୟ ହେବାକୁ ଯାଉଛନ୍ତି ଏବଂ ଏହି ରାଶିର ଲୋକମାନଙ୍କୁ ଶୁଭ ଫଳ ମିଳିବାକୁ ଯାଉଛି । କ୍ୟାରିୟରରେ ଏକ ବଡ ସଫଳତା ହାସଲ କରିପାରନ୍ତି ଏହି ରାଶିର ବ୍ୟକ୍ତି । ଏହା ସହିତ ନୂଆ ଚାକିରିର ଅବସର ମଧ୍ୟ ମିଳିପାରେ କିମ୍ବା ସେଠାରେ ଆପଣଙ୍କୁ ପମୋସନ ଦିଆଯାଇପାରେ । ଉପର ଅଧିକାରୀ ଅଫିସରେ ଆପଣଙ୍କ ପ୍ରଶଂସା କରିବା ସହିତ କିଛି ସରପ୍ରାଇଜ ମଧ୍ୟ ଦେଇପାରନ୍ତି । ଏହାବ୍ୟତୀତ ଏହି ସମୟରେ ମେଷ ରାଶିର ବ୍ୟକ୍ତିମାନଙ୍କୁ ଅଧିକ ଧନଲାଭ ହୋଇପାରେ ।

ମିଥୁନ ରାଶି: ଗୁରୁ ପୁଷ୍ୟ ନକ୍ଷତ୍ରରେ ଗୁରୁଙ୍କ ଉଦୟ ମିତୁନ ରାଶିର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଧନଲାଭ କରାଇବ । ଟଙ୍କା ରୋଜଗାର କରିବାର ବିଭିନ୍ନ ଉପାୟ ପାଇପାରିବେ ଏହି ସମୟରେ । ସେହିପରି ଚାକିରି କରୁଥିବା ଲୋକମାନଙ୍କୁ ପଦୋନ୍ନତି ମିଳିପାରେ ଏବଂ ଆର୍ଥିକ ସ୍ଥିତି ମଧ୍ୟ ଖୁବ ଭଲ ରହିବ । ଭାଗ୍ୟର ସାଥ୍ ମିଳିବା ସହ ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭବାନ ହୋଇପାରିବେ ମିତୁନ ରାଶିର ବ୍ୟକ୍ତି ।

କର୍କଟ ରାଶି: ଗୁରୁଙ୍କ ଉଦୟ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କ୍ୟାରିୟରରେ ଏକ ନୂଆ ମୋଡ ଆଣିପାରେ । କ୍ୟାରିୟରରେ ଥିବା ବିଭିନ୍ନ ସମସ୍ୟା ଦୂର ହେବ । ନିଜ କାମରେ ଆଗ୍ରହୀ ହେବା ସହ ଶକ୍ତିରେ ପରିପୂର୍ଣ୍ଣ ହେବ ଏବଂ ପଦ, ଅର୍ଥ ଏବଂ ପ୍ରତିଷ୍ଠା ମିଳିପାରିବ । ଆଗକୁ ବଢିବା ପାଇଁ ସୁଯୋଗ ମିଳିପାରିବ, ଯାହା ଆପଣଙ୍କୁ ଅନେକ ସଫଳତା ଆଣି ଦେବ ।

ଧନୁ ରାଶି: ଗୁରୁ ଉଦୟ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ଚାକିରି କ୍ଷେତ୍ରକୁ ନେଇ ବଡ ଖୁସି ଖବର ନେଇ ଆସିବ । ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କ ଚାକିରି କ୍ଷେତ୍ରରେ ପଦୋନ୍ନତି ହାସଲ ହୋଇପାରେ । ଏହି ରାଶିର ଲୋକମାନଙ୍କ ପାଇଁ କ୍ୟାରିୟରରେ ସ୍ୱର୍ଣ୍ଣିମ ମୁହୂର୍ତ୍ତ ଆଣିପାରେ ଏହି ଗୁରୁ ପୂଷ୍ୟ ନକ୍ଷତ୍ର । କାମରେ ସନ୍ତୁଷ୍ଟି ମିଳିବା ସହ ପ୍ରଚୁର ଟଙ୍କା ମଧ୍ୟ ମିଳିପାରେ । ପ୍ରେମ ସମ୍ପର୍କରେ ମଧ୍ୟ ପରିବର୍ତ୍ତନ ଆସିବ । ଏହାସହିତ କିଛି ନୂଆ ଶିଖିବା ପାଇଁ ପାଇପାରିବେ ଏହି ରାଶିର ଲୋକେ ।

ମୀନ ରାଶି: ଗୁରୁ ଉଦୟ ମୀନ ରାଶିର ଲୋକଙ୍କ ପାଇଁ ମଧ୍ୟ ଶୁଭ ଖବର ନେଇ ଆସିବ । ଏହି ରାଶିର ଲୋକମାନେ ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ସମ୍ପତ୍ତିରେ ଲାଭ ମିଳିବା ସହ କୌଣସି ସେକ୍ଟରରେ ନିବେଶ କରିପାରନ୍ତି । ଏହି ପରିବର୍ତ୍ତନ ମୀନ ରାଶିର ଲୋକଭ୍କ ଜୀବନରେ ଖୁସି ଭରିଦେବ ଏବଂ ଆର୍ଥିକ ସ୍ଥିତିରେ ବଡ ପରିବର୍ତ୍ତନ ହେବ । ଏହାସହିତ ଟଙ୍କା ରୋଜଗାର କରିବାର ଅନେକ ପ୍ରକାର ସୁଯୋଗ ମିଳିବ ।

Get real time updates directly on you device, subscribe now.